30.1 C
Bhubaneswar
Tuesday, February 10, 2026
Homeଓଡିଶାମାଡ଼ି ଆସୁଛି ବାତ୍ୟା 'ଦାନା', ଅଶାନ୍ତ ହେଲାଣି ସମୁଦ୍ର

ମାଡ଼ି ଆସୁଛି ବାତ୍ୟା ‘ଦାନା’, ଅଶାନ୍ତ ହେଲାଣି ସମୁଦ୍ର

ଭୁବନେଶ୍ୱର : ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟ ଯେତିକି ପାଖାଉଛି ସମୁଦ୍ର ସେହି ମାତ୍ରାରେ ଅଶାନ୍ତ ହେବାରେ ଲାଗିଛି। ବାତ୍ୟା ‘ଦାନା’ ଆଜି ରାତିରୁ କାଲି ସକାଳ ମଧ୍ୟରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା। ଏହା ପ୍ରଭାବରେ ପୁରୀ ସମେତ, ପାରାଦୀପ, ଭିତରକନିକା, ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ବି ସମୁଦ୍ରର କରାଳ ରୂପ ଦେଖିବାକୁ ମିଳିଲାଣି। ବାତ୍ୟା ‘ଦାନା’ ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଓଡ଼ିଶା ଊପକୂଳରେ ଉଚ୍ଚ ଜୁଆର ଆସିବା ନେଇ ଆଇଏମ୍‌ଡି ଚେତାବନୀ ଦେଇଛି। ସମୁଦ୍ର କୂଳଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ । ଆଜି ଦିନ ୨ଟା ୪୫ ମିନିଟରୁ ୨୩ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଗୋପାଳପୁରରୁ ଚାନ୍ଦିପୁର ଉପକୂଳରେ ୨ .୨ ମିଟରରୁ ୪.୧ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ। ଆଜି ଦିନ ୨ଟା ୪୫ ମିନିଟରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଜଗତସିଂହପୁର ଉପକୂଳରେ ୧. ୩ ମିଟରରୁ ୨.୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ।

ଆଜି ଦିନ ୨ଟା ୪୫ ମିନିଟରୁ ୨୩ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଉପକୂଳରେ ୧ . ୪ ମିଟରରୁ ୨.୭ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ । ଆଜି ଦିନ ୨ଟା ୪୫ ମିନିଟରୁ ୨୩ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳରେ ୧ ମିଟରରୁ ୧. ୬ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ । ଲ୍ୟାଣ୍ଡଫଲ ସମୟରେ ୧ରୁ ୨ ମିଟର ଉଚ୍ଚ ଜୁଆର ଉଠି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ତଳୁଆ ଅଞ୍ଚଳକୁ ସମୁଦ୍ର ପାଣି ମାଡ଼ିଯିବା ଆଶଙ୍କା ରହିଛି।ଲ୍ୟାଣ୍ଡଫଲ ସମୟରେ ୦.୫ରୁ ୧ ମିଟର ଉଚ୍ଚ ଜୁଆର ଉଠି ଜଗତସିଂହପୁର ଜିଲ୍ଲାର ତଳୁଆ ଅଞ୍ଚଳକୁ ସମୁଦ୍ର ପାଣି ମାଡ଼ିଯିବା ଆଶଙ୍କା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking