29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବିଲ୍‌କୁ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ

ବିଲ୍‌କୁ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ

ନୂଆଦିଲ୍ଲୀ: ୱକଫ୍ ଆଇନ ସଂଶୋଧନ ଉପରେ ଆଲୋଚନା ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବଡ଼ଧରଣର ଅଘଟଣ ଘଟିଯାଇଛି। ୱକଫ୍ ବିଲ୍‌କୁ ନେଇ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ଏବଂ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ପ୍ରଥମେ କଟାକଟି ଆରମ୍ଭ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ବିଶେଷକରି ଏହି ଦୁଇ ନେତା ମୁହାଁମୁହିଁ ସ୍ଥିତିକୁ ଚାଲିଆସିଥିଲେ। ଓଡ଼ିଶାର ଉପରେ ଏକ ପ୍ରେଜେଣ୍ଟେସନ୍‌କୁ ପ୍ରଦର୍ଶିତ କରାଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ବାସ୍ତବରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ବୈଠକରେ ଏକାଧିକ ଥର ନିଜ ପକ୍ଷ ତଥା ଯୁକ୍ତି ରଖିସାରିଥିଲେ ମଧ୍ୟ ବିଜେପି ସାଂସଦ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ବିବୃତି ସମୟରେ କିଛି କହିବାକୁ ଅନୁମତି ମାଗିଥିଲେ। କିନ୍ତୁ ଜେପିସି ଅଧ୍ୟକ୍ଷା ତାଙ୍କୁ ଆଉ କହିବାକୁ ସୁଯୋଗ ଦେଇନଥିଲେ। ଏହାକୁ ନେଇ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ଏତେମାତ୍ରାରେ ରାଗିଯାଇଥିଲେ ଯେ ଟେବୁଲ ଉପରେ ଏକ କାଚ ପାଣି ବୋତଲ ପିଟି ଭାଙ୍ଗିଦେଇଥିଲେ ଏବଂ ଏହି ଭଙ୍ଗା କାଚକୁ ସେ ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ତେବେ ଜଗଦମ୍ବିକା ପାଲ ଅଳ୍ପକେ ବର୍ତ୍ତିଯାଇଥିଲେ। କିନ୍ତୁ କଲ୍ୟାଣ ବାନାର୍ଜୀ ନିଜେ ଆହତ ହୋଇଯାଇଥିଲେ ଓ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।

ରିପୋର୍ଟ ଅନୁସାରେ ବୈଠକ ସମୟରେ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ଓ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ଏବଂ ପରେ କ୍ରୋଧରେ କଲ୍ୟାଣ ବାନାର୍ଜୀ ଟେବୁଲ ଉପରେ ଥିବା ପାଣି ବୋତଲକୁ ଏତେ ଜୋରରେ ପିଟିଦେଇଥିଲେ ଯେ ତାଙ୍କ ନିଜ ହାତ କଟିଯାଇଥିଲା। ପରେ କଲ୍ୟାଣ ବାନାର୍ଜୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ହାତରେ ୪ଟି ଷ୍ଟିଚ୍ ପଡ଼ିଥିଲା। ତେବେ ବୈଠକରେ ଏପ୍ରକାର ଅଭାବନୀୟ ଘଟଣାକୁ ନେଇ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷେ ଚିକିତ୍ସା ସହାୟତା ପରେ କଲ୍ୟାଣ ବାନାର୍ଜୀ ପୁଣି ଥରେ ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓେଓ÷୍ୱସୀ ଏବଂ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କ ସହ ମିଟିଂ ରୁମ୍‌କୁ ଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତେବେ ଏସବୁ ମଧ୍ୟରେ ବିରୋଧୀ ସାଂସଦ କଲ୍ୟାଣ ବାନାର୍ଜୀ, ବିଜେପି ସାଂସଦ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିଜେପି ସାଂସଦ ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନେଇ ଟିଏମ୍‌ସି ନେତା ଅଭିଯୋଗ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking