19.1 C
Bhubaneswar
Friday, February 13, 2026
Homeଓଡିଶାଗାଡ଼ିଆରେ ବୁଡିଗଲେ ଦୁଇ ଭାଇ

ଗାଡ଼ିଆରେ ବୁଡିଗଲେ ଦୁଇ ଭାଇ

ସୁନ୍ଦରଗଡ଼ : ସ୍କୁଲରୁ ଆସି ଗାଡ଼ିଆ ନିକଟରେ ଖେଳୁଥିବା ବେଳେ ବୁଡିଗଲେ ଦୁଇ ଭାଇ। ଆଜି ଅପରାହ୍ନରେ ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଘଟିଛି। ମୃତ ଦୁଇ ଭାଇଙ୍କ ବୟସ ୫ ବର୍ଷ ଓ ୪ ବର୍ଷ। ରାଏବଗା ଥାନା ସଲଙ୍ଗାବାହାଲ ଗାଁର ପଙ୍କଜ ସାହୁଙ୍କ ବଡ଼ ପୁଅ ସୁରଜ ପ୍ରଥମିକ ସ୍କୁଲ ଯାଇଥିବା ବେଳେ ସାନ ଶ୍ରେୟାଂଶୁ ନର୍ସରୀ ସ୍କୁଲ୍‌ ସ୍କୁଲ ଯାଇଥିଲେ। ଅପରାହ୍ନରେ ସେମାନେ ସ୍କୁଲରୁ ଆସି ଘରେ ଖାଇଥିଲେ। ଦୁଇ ଭାଇ ଖାଇସାରି ଘର ପାଖ ଗାଡ଼ିଆ ପାର୍ଶ୍ୱରେ ଖେଳୁଥିଲେ। ଖେଳୁଥିବା ବେଳେ ହଠାତ୍‌ ଦୁଇ ଭାଇ ଗାଡ଼ିଆରେ ପଡ଼ି ଯାଇଥିଲେ। ତେବେ ଗାଡ଼ିଆଠାରୁ କିଛି ଦୂରରେ ଗାଈ ଚରାଉଥିବା ଜଣେ ମହିଳାଙ୍କ ମନରେ ସନ୍ଦେହ ହୋଇଥିଲା। ଗାଡିଆ ପାର୍ଶ୍ୱରେ ସେମାନଙ୍କ ଚପଲ ଦେଖି ସେ ଘର ଲୋକଙ୍କୁ କହିଥିଲେ। ତା’ପରେ ଘର ଲୋକେ ଛୁଆକୁ ଖୋଜିଥିଲେ। ଗାଡ଼ିଆରେ ଖୋଜିଲା ବେଳେ ଦୁଇ ଭାଇଙ୍କୁ ପାଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking