30.1 C
Bhubaneswar
Friday, February 13, 2026
Homeଓଡିଶାଦାନା’ର ମୁକାବିଲା ପାଇଁ ମୁତୟନ ହୋଇଗଲେଣି ୧୭୮ ଅଗ୍ନିଶମ ଟିମ୍ : ରାଜସ୍ୱ ମନ୍ତ୍ରୀ

ଦାନା’ର ମୁକାବିଲା ପାଇଁ ମୁତୟନ ହୋଇଗଲେଣି ୧୭୮ ଅଗ୍ନିଶମ ଟିମ୍ : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ ଧୀରେ ଧୀରେ ସ୍ଥଳ ଭାଗକୁ ମାଡ଼ି ଆସୁଛି। ବୁଧବାର ବାତ୍ୟା ରୂପ ନେଇ ଏହା ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଯାଉଛି। ଏହାରି ମଧ୍ୟରେ ଗଭୀର ଅବପାତର ରୂପ ମଧ୍ୟ ନେଇସାରିଲାଣି ଘୂର୍ଣ୍ଣିଝଡ଼। ସେପଟେ ବାତ୍ୟା ମୁକାବିଲା ମଧ୍ୟ ଜୋର ସୋରରେ ଚାଲିଛି। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି, ପ୍ରାଥମିକ ଭାବରେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାନେଇ ଲକ୍ଷ୍ୟ ରହିଛି। ରିଲିଫ୍ ସେଣ୍ଟରରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ହେବ। ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବ ପ୍ରଶାସନ। ୬୨୪୪ ରିଲିଫ୍ ସେଣ୍ଟର ପ୍ରସ୍ତୁତ କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି, ୮୬୪୭ ଗର୍ଭବତୀ ଚିହ୍ନଟ କରାଯାଇଛି, ସମସ୍ତଙ୍କୁ ହସ୍ପିଟାଲ ଅଣାଯିବ। ୫୧ଟି ଓଡ୍ରାଫ୍ ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ହୋଇସାରିଲେଣି, ୧୭୮ ଅଗ୍ନିଶମ ଟିମ୍ ମୁତୟନ ହୋଇଗଲେଣି, ୪୦ ଟିମ୍ ରାସ୍ତାରେ ଅଛନ୍ତି। ସେମାନେ ବୁଧବାର ମୁତୟନ ହେବ। ସେହିଭଳି ୨୦ ଏନଡିଆରଏଫ ଟିମ୍‌ରୁ ୧୯ଟି ମୁତୟନ ହୋଇଛନ୍ତି ଗୋଟିଏ ଟିମ୍‌କୁ ରିଜର୍ଭ ରଖଯାଇଛି। ସାମୁଦ୍ରିକ ବାତ୍ୟା ‘ଦାନା’ ଗଭୀର ଅବପାତର ରୂପ ନେଇଛି। ସ୍ଥଳଭାଗକୁ ଧୀରେଧୀରେ ମାଡ଼ି ଆସୁଛି। ସନ୍ଧ୍ୟା ସାଢ଼େ ୭ଟା ବେଳକୁ ଏହା ପାରାଦୀପର ଦକ୍ଷିଣ-ପୂର୍ବ ଦିଗ ସ୍ଥଳଭାଗ ଠାରୁ ୬୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଗତ ୬ ଘଣ୍ଟା ହେଲା ୭କିମି ବେଗରେ ଆଗକୁ ବଢୁଛି। ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଦେଇ ଗତି କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking