21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପାକିସ୍ତାନର ଲାହୋର ପୃଥିବୀର ସବୁଠାରୁ ପ୍ରଦୂଷିତ ସହର

ପାକିସ୍ତାନର ଲାହୋର ପୃଥିବୀର ସବୁଠାରୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ସହର ହେଉଛି ପୃଥିବୀର ସବୁଠାରୁ ପ୍ରଦୂଷିତ ସହର । ସୂଚନା ଅନୁଯାୟୀ, ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ପାଖାପାଖି ୪୦୦ ରହିଛି । ତେବେ ପ୍ରଦୂଷଣର ପ୍ରଭାବକୁ ହ୍ରାସ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର କୃତ୍ରିମ ବର୍ଷା କରିବା ପାଇଁ ଯୋଜନା କରିଛନ୍ତି । ଏହି ପ୍ରସଙ୍ଗରେ ପଞ୍ଜାବର ସୂଚନା ମନ୍ତ୍ରୀ ଆଜମା ବୋଖରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତକାଲି ଲାହୋରକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ଘୋଷଣା କରାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ ଏବଂ ବର୍ତ୍ତମାନ ସହରରେ କୃତ୍ରିମ ବର୍ଷା କରିବା ପାଇଁ ଯୋଜନା କରୁଛୁ ।

ଏହି ସମୟରେ ମରିୟମ ନୱାଜଙ୍କ ନେତୃତ୍ୱାଧିନ ପଂଜାବ ସରକାର ସରକାର ମଧ୍ୟ ‘ଆଣ୍ଟି-ସ୍ମୋଗ ସ୍କ୍ୱାଡ’ ଆରମ୍ଭ କରିଛନ୍ତି, ଯାହା ସ୍ମୋଗ ପ୍ରଭାବିତ ଅଂଚଳ ପରିଦର୍ଶନ କରିବ । ଏହି ସ୍କ୍ୱାଡ କୃଷକ ମାନଙ୍କୁ ଫସଲର ଅବଶିଷ୍ଟ ଜଳାଇବା ବିପଦ ବିଷୟରେ ଶିକ୍ଷା ଦେବ । ସୁପର ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ଅବଶିଷ୍ଟାଂଶ ଗୁଡିକ ନଷ୍ଟ କରିବା ପାଇଁ ବିକଳ୍ପ ପଦ୍ଧତିର ପରାମର୍ଶ ଦେବ।

ପରିବେଶ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ପଞ୍ଜାବର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ କହିଛନ୍ତି ଯେ, ଧୂଆଁର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସକରାତ୍ମକ ପ୍ରଭାବ ୮ ରୁ ୧୦ ବର୍ଷ ମଧ୍ୟରେ ଦେଖାଯିବ। ରାଜ୍ୟର ପାଠ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଏକ ବିଷୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସରକାର ଧୂଆଁ ବିରୋଧରେ ଲଢେଇ ଘୋଷଣା କରିଛନ୍ତି । ଫସଲ ଅବଶିଷ୍ଟାଂଶ ଜଳିବା ଠାରୁ ଦୂରେଇ ରହିବାକୁ ସେ କୃଷକ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହା କରିବା ଦ୍ୱାରା କେବଳ ଫସଲ ନୁହେଁ ବରଂ ସେମାନଙ୍କ ପିଲାମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ କ୍ଷତି ପହଞ୍ଚାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking