16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବଦଳିଲା ବିମାନବନ୍ଦର ନିୟମ

ବଦଳିଲା ବିମାନବନ୍ଦର ନିୟମ

ନୂଆଦିଲ୍ଲୀ: ସୁରକ୍ଷିିିତ ବିମାନ ଯାତ୍ରାକୁ ନଜରରେ ରଖି ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଏହି ବିଶେଷ ପରିବର୍ତ୍ତନ ଦୁବାଇ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ କରାଯାଇଛି। ଲୋକମାନେ ସାଧାରଣତଃ କ୍ୟାବିନ ବ୍ୟାଗ୍‌?ରେ ଔଷଧ ଭଳି ଜରୁରୀ ସାମଗ୍ରୀ ନେଇଥାଆନ୍ତି। କିନ୍ତୁ ଏବେ ଦୁବାଇ ଯିବାକୁ ଥିବା ବିମାନରେ ଏପରି କରିହେବ ନାହିଁ। ଆପଣ ସମସ୍ତପ୍ରକାରର ଔଷଧ ନେଇପାରିବେ ନାହିଁ। ନୂଆ ନିୟମ ମୂତାବକ ଆପଣଙ୍କୁ କେବଳ ସ୍ୱିକୃତିପ୍ରାପ୍ତ ଔଷଧ ନେବାକୁ ହେବ। ଅନେକ ଥର ଲୋକମାନେ ଅଜାଣତରେ ଏପରି ଜିନିଷ ସେମାନଙ୍କ ସହିତ ନେଇ ଥାଆନ୍ତି, ଯାହାକୁ ବିମାନରେ ନେବା ଏକ ଆଇନଗତ ଅପରାଧ ବୋଲି ବିବେଚନା କରାଯାଇପାରେ। ଏବେ ଆପଣ ନିଜର ଇଛା ମୁତାବକ ଦୁବାଇ ବିମାନରେ ଯାତ୍ରା ବେଳେ ଚେକ୍ ଇନ୍ ଲଗେଜ୍ ସହିତ ଆପଣ କ୍ୟାବିନ ବ୍ୟାଗେଜରେ କୌଣସି ଜିନିଷ ପ୍ୟାକ୍ କରିପାରିବେ ନାହିଁ। ଯଦି ଆପଣ ୟୁଏଇ ଯଥା ଦୁବାଇ ଯିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉପଯୋଗୀ ଖବର ଅଟେ। ଦୁବାଇ ଯାତ୍ରା କରିବା ସମୟରେ ଆପଣଙ୍କୁ ଅନେକ ନିୟମ ଅନୁସରଣ କରିବାକୁ ପଡ଼ିବ।

ଏହି ସାମଗ୍ରୀ ନେଇପାରିବେ ନାହିଁ:
୧) କୋକେନ୍‌, ହେରୋଇନ, ପପି ସିଡ୍‌ସ ଏବଂ ମୁଣ୍ଡ ବିନ୍ଧା ଔଷଧ ନେଇପାରିବେନି।
୨) ପାନ ପତ୍ର ଏବଂ ଇଚ୍ଛା ମୁତାବକ ଔଷଧ ଆପଣ ନେଇପାରିବେନି।
୩) ହାତୀ ଦାନ୍ତ, ଗଣ୍ଡା ସିଙ୍ଗ, ଜୁଆ ଖେଳ ଉପକରଣ, ତିନି ପରସ୍ତ ବିଶିଷ୍ଟ ମାଛଧରା ଜାଲ ଏବଂ ବୟକଟ୍ ହୋଇଥିବା ଦେଶର କୌଣସି ସାମଗ୍ରୀ ଆପଣ ବିମାନ ଯାତ୍ରାରେ ନେଲେ ଏହାକୁ ଅପରାଧ ଶ୍ରେଣୀଭୁକ୍ତ ଭାବେ ଗ୍ରହଣ କରାଯାଏ।
୪) କୌଣସି ଚିତ୍ରିତ ବସ୍ତୁ, ଅଏଲ୍ ପେଣ୍ଟେଡ୍ ଚିତ୍ର, ଫଟୋଗ୍ରାଫ୍‌, ବହି ଏବଂ ପଥରରେ ପ୍ରସ୍ତୁତ କୌଣସି ମୂର୍ତ୍ତିକୁ ଆପଣ ବିମାନ ଯାତ୍ରାବେଳେ ନେଇପାରିବେନି।
୫) ନକଲି ଟଙ୍କା, ଘରେ ରନ୍ଧାଯାଇଥିବା ଖାଦ୍ୟ ଏପରିକି ଆମିଷ ଖାଦ୍ୟ ବିମାନ ଯାତ୍ରାରେ ନେବା ନିଶେଦ୍ଧ
୬) ନିଷିଦ୍ଧ କରାଯାଇଥିବା ଦ୍ରବ୍ୟ ଅର୍ଥାତ୍ ସାମଗ୍ରୀ ମଧ୍ୟରୁ ଯଦି କୌଣସି ଜିନିଷ ଯାତ୍ରୀଙ୍କ ଠାରୁ ମିଳେ, ତେବେ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking