ଭୁବନେଶ୍ୱର : ବାତ୍ୟାର ମୁକାବିଲା ପାଇଁ ଅଧିକ ଏନଡିଆରଏଫ ଟିମ ମାଗିଲେ ରାଜ୍ୟ ସରକାର । ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଟିମ ମୁତୟମ ଆଇନ ଶୃଙ୍ଖଳା ଏଡିଜିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା । ରାଜ୍ୟରେ ବାତ୍ୟା ଦାନାର ମୁକାବିଲା ଲାଗି ରାଜ୍ୟ ବାହାରେ ଏନଡିଆରଏଫ ଟିମ ମୁତୟନ କରିବାକୁ ମଧ୍. ନିବେଦନ କରାଯାଇଛି । ଏଣୁ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ଦାନାର ମୁକାବିଲା ପାଇଁ ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ନିୟୋଜିତ ହେବେ ୧୭ ଓଡ୍ରାଫ ଟିମ । ଏଥିରୁ ଗଞ୍ଜାମରେ ୧ଟିମ , ପୁରୀରେ ୨ଟି ଟିମ , ଜଗତସିଂହପୁରରେ ୨ଟି ଟିମ , କେନ୍ଦ୍ରାପଡାରେ ୨ଟି ଟିମ , କଟକରେ ୧ଟି ଟିମ , ଖୋର୍ଦ୍ଦାରେ ୨ଟି ଟିମ , ଯାଜପୁରରେ ୧ଟି ଟିମ , ଭଦ୍ରକରେ ୨ଟି ଟିମ , ବାଲେଶ୍ୱରରେ ୨ଟି ଟିମ ଓ ମୟୁରଭଞ୍ଜରେ ୨ଟି ଟିମ ନିୟୋଜିତ ଗୋଇଛନ୍ତି । ଏହାଛଡା କଟକର ଓଏସଏପି ବାଟାଲିଅନର ଟିମ ମଧ୍ୟ ନିୟୋଜିତ ହେବେ। ତେଣୁ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।