32.1 C
Bhubaneswar
Tuesday, October 22, 2024
Homeଓଡିଶାବାତ୍ୟା: ଏମ୍‌କେସିଜି ଡାକ୍ତରଙ୍କ ଛୁଟି ବାତିଲ

ବାତ୍ୟା: ଏମ୍‌କେସିଜି ଡାକ୍ତରଙ୍କ ଛୁଟି ବାତିଲ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆସନ୍ତା ୨୬ତାରିଖ ପର୍ୟ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ମୁଖ୍ୟାଳୟ ନଛାଡ଼ି ପାଇଁ କୁହାଯାଇଛି। ଅନ୍ୟପକ୍ଷେ ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ବାତ୍ୟା ସମୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୩, ୨୪ଓ ୨୫ ଓ ତାରିଖ ତିନିଦିନ ଧରି ଏମ୍‌କେସିଜି ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ପ୍ରଫେସର ଡା. ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking