28.1 C
Bhubaneswar
Saturday, March 28, 2026
Homeଓଡିଶାଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ

ଭୁବନେଶ୍ୱର ,  : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର ୨୦୨୦ ପାସ ଆଉଟ ଛାତ୍ର ଶ୍ରୀ ସୌମେଶ ଆଚାର୍ଯ୍ୟ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ।
ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଶ୍ରୀ ଆଚାର୍ଯ୍ୟ ୮୩ତମ ର‌୍ୟାଙ୍କ ହାସଲ କରିଛନ୍ତି ।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ନଟବରପୁର ଶାସନ ଗ୍ରାମର ବାସିନ୍ଦା ଶ୍ରୀ ଆଚାର୍ଯ୍ୟ ୨୦୨୦ରେ ସୋଆ ଆଇଏଏସ୍‌ରୁ ବିଏସ୍‌ସି (ଅନର୍ସ) ଏଗ୍ରିକଲ୍‌ଚରରେ ଶିକ୍ଷା ସମାପ୍ତ କରିଥିବା ବେଳେ ୨୦୨୨ରେ ପଶ୍ଚିମବଂଗର ବିଧାନଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟରୁ ଏଗ୍ରିକଲ୍‌ଚରାଲ୍ ଏକ୍ସଟେନ୍‌ସନ୍‌ରେ ଏମଏସ୍‌ସି ପାଠ୍ୟକ୍ରମ ସମାପ୍ତ କରିଥିଲେ । ୨୦୨୨ରେ ୟୁଜିସି ନେଟ୍ ଏବଂ ୨୦୨୩ରେ ଆଇସିଏଆର୍ ନେଟରେ ମଧ୍ୟ ସେ ସଫଳତା ହାସଲ କରିଥିଲେ ।
ବର୍ତମାନ ସେ ପଶ୍ଚିମବଂଗର ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଏଗ୍ରିକଲ୍‌ଚରାଲ୍ ଏକ୍ସଟେନ୍‌ସନ୍‌ରେ ପି.ଏଚ୍‌.ଡି କରୁଛନ୍ତି ।
ଏକ୍ସଟେନ୍ସନ୍ କ୍ଷେତ୍ରରେ ଗବେଷଣା ନିମନ୍ତେ ସେ ଗଙ୍ଗା ସିଂହ ଚୌହାନ୍ ମେମୋରିଆଲ୍ ସମ୍ମାନରେ ସେ ସମ୍ମାନିତ ହୋଇଥିବା ବେଳେ ‘ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନ୍ – ଦ ନିଓ ଇନ୍‌ଷ୍ଟିଚ୍ୟୁସ୍‌ନାଲ ରିଭୋଲ୍ୟୁସନ୍ ଇନ୍ ଇଣ୍ଡିଆନ୍ ଫାର୍ମିଂ’ ଶୀର୍ଷକ ଏକ ପୁସ୍ତକର ସେ ସହ-ଲେଖକ ମଧ୍ୟ ଅଟନ୍ତି ।
ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ସିନିୟର ପ୍ରଫେସର ସରୋଜ କୁମାର ମହାନ୍ତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking