26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶକରୱାଚୌଥ ବ୍ରତ ଶେଷ ହେବାପରେ ଫ୍ୟାନରେ ଝୁଲି ହାରିଲେ ଜୀବନ

କରୱାଚୌଥ ବ୍ରତ ଶେଷ ହେବାପରେ ଫ୍ୟାନରେ ଝୁଲି ହାରିଲେ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ କରୱାଚୌଥ ଦିନ ଏକ ଦୁଃଖଦ ଘଟଣା ଘଟିଥିଲା। କରୱାଚୌଥ ଦିନ ସ୍ୱାମୀଙ୍କ ହାତରୁ ପାଣି ପିଇ ବ୍ରତ ପୁରା କରିବା ପରେ ମହିଳା ଜୀବନ ହାରି ଦେଇଥିଲେ। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ମୃତ ମହିଳା ସୁନୀତା (ଛଦ୍ମନାମ) ଦୁଇବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା। ଧୀରେଧୀରେ ସବୁକିଛି ଠିକ ହୋଇଯାଇଥିଲା। ସୁନୀତା ବି ତାଙ୍କ ଭଲପାଇବାକୁ ପାଖରେ ପାଇ ବେଶ ଖୁସିରେ ଘର ସଂସାର କରିଥିଲେ। ଚଳିତ କରୱାଚୌଥ ଦିନ ସୁନୀତା ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥିଲେ।

ସନ୍ଧ୍ୟାରେ ଚାନ୍ଦକୁ ଦେଖି ସୁନୀତା ସ୍ୱାମୀଙ୍କ ହାତରୁ ପାଣି ପିଇ ବ୍ରତ ପୁରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ଦୁହିଁଙ୍କ ମଧ୍ୟରେ ଗୁଟଖା ଖାଇବାକୁ ନେଇ ଝଗଡ଼ା ଲାଗିଥିଲା। ସୁନୀତା ରାଗିକି ଶୋଇପଡ଼ିଥିବା ବେଳେ ସ୍ୱାମୀ ବି ଉକ୍ତ କୋଠରିରେ ଶୋଇପଡ଼ିଥିଲେ। ସମସ୍ତେ ଶୋଇପଡ଼ିବା ପରେ ବିଳମ୍ବିତ ରାତିରେ ସୁନୀତା ଉଠି ଫ୍ୟାନରେ ଦୌଡ଼ି ଦେଇ ଜୀବନ ହାରି ଦେଇଥିଲେ। ସ୍ୱାମୀ ପାଣି ପିଇବାକୁ ଉଠିବା ସମୟରେ ସୁନୀତାଙ୍କୁ ଫ୍ୟାନରେ ଝୁଲିଥିବା ଦେଖି ଭୟଭୀତ ହୋଇଯାଇଥିଲେ। ସେ କୋଠରିରୁ ବାହାରି ସଙ୍ଗେସଙ୍ଗେ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାରଲୋକଙ୍କ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁନୀତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣାକୁ ନେଇ ସୁନୀତାଙ୍କ ସ୍ୱାମୀ ଖବର ଲେଖାହେଲା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେବା ପାଇଁ ମୁହଁ ଖୋଲି ନାହାନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking