27.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶବାହରଇଚରେ ଥମୁନି ଉତ୍ତେଜନା

ବାହରଇଚରେ ଥମୁନି ଉତ୍ତେଜନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାହରାଇଚ ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗି ରହିଛି। ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ସମୟରେ ପ୍ରୋସେସନ ସମୟରେ ଡିଜେ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିଥିବା ବେଳେ ଜଣେ ୨୨ ବର୍ଷୀୟ ଯୁବକ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ। ତେବେ ଏସବୁ ମଧ୍ୟରେ ଶନିବାର ବିଳମ୍ବିତ ରାତିରେ କିଛି ଉତ୍ତ୍ୟକ୍ତ ଲୋକେ ମହାରାଜଗଞ୍ଜରେ ଥିବା ଏକ ଗାଡ଼ି ଶୋ’ରୁମରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ୩୪ଟି ବାଇକ୍ ଏବଂ ୪ଟି କାର୍ ସମେତ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ଏଥିସହ ୪ ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜଳି ଯାଇଥିବା ଶୋ-ରୁମ୍ ମାଲିକ କହିଛନ୍ତି। ମୋଟ୍ ଉପରେ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ଯାଇଥିବା ଶୋ’ରୁମ୍ ମାଲିକ ଅନୁପ ଶୁକ୍ଳା କହିଛନ୍ତି। ପ୍ରକାଶ, ବାହାରାଇଚର ଏହି ହତ୍ୟାକାଣ୍ଡ ମାମଲାରେ ସର୍ଫରାଜ ଏବଂ ତମିଲଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛଇ। ସେମାନେ ନେପାଳ ଖସିଯିବା ସମୟରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲା। ଏଥିରେ ଆହତ ହୋଇ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking