18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଉତ୍ତର ଗାଜାରେ ଇସ୍ରାଏଲର ଆକ୍ରମଣ: ୭୩ ମୃତ

ଉତ୍ତର ଗାଜାରେ ଇସ୍ରାଏଲର ଆକ୍ରମଣ: ୭୩ ମୃତ

ଉତ୍ତର ଗାଜା : ଦୀର୍ଘ ୧ ବର୍ଷ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଏବେ ଲେବାନନ ଓ ଇରାନ ମଧ୍ୟ ସାମିଲ ହୋଇଛନ୍ତି। ଗତ ବର୍ଷ ହାମାସ ଆକ୍ରମଣ ପରେ ଇସ୍ରାଏଲ ଗାଜାକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏବେ ପୁଣି ଉତ୍ତର ଗାଜାର ବେତ୍‌ ଲହିୟେରେ ଆଇଡିଏଫ ଆକ୍ରମଣରେ ୭୩ ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଆକ୍ରମଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଗାଜାର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଉତ୍ତର ଗାଜାରେ ୧୬ ଦିନ ଧରି ଇସ୍ରାଏଲ୍ ସେନାର ଘେରାଉ ଯୋଗୁଁଁ ସ୍ଥିତି ଗମ୍ଭୀର ରହିଛି। ଏହି ଅଞ୍ଚଳରେ ଖାଦ୍ୟ, ଜଳ, ଔଷଧ ସମେତ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଣ ବନ୍ଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking