26.1 C
Bhubaneswar
Sunday, October 20, 2024
Homeଖେଳସପ୍ତମ ଥର ପନ୍ତ୍ ‘ନର୍ଭସ୍ ୯୦’ର ଶିକାର

ସପ୍ତମ ଥର ପନ୍ତ୍ ‘ନର୍ଭସ୍ ୯୦’ର ଶିକାର

ବେଙ୍ଗାଲୁରୁ: ଭାରତୀୟ ଷ୍ଟାର୍ ୱିକେଟ୍‌କିପର୍ ବ୍ୟାଟର ଋଷଭ ପନ୍ତ୍ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ୯୯ ରନ୍ କରି ଆଉଟ୍ ହେବା ସହ ଶତକରୁ ବଞ୍ଚିତ ହୋଇଛନ୍ତି। ଫଳରେ ଟେଷ୍ଟ୍‌ରେ ପନ୍ତ୍ ସପ୍ତମ ଥର ପାଇଁ ନର୍ଭସ୍ ୯୦’ର ଶିକାର ହୋଇଛନ୍ତି। ଚତୁର୍ଥ ଦିନ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ୍ ଚତୁର୍ଥ ୱିକେଟ୍ ପାଇଁ ସର୍ଫରାଜ୍ ଖାନ୍‌ଙ୍କ ସହ ଚମତ୍କାର ଭାଗୀଦାରି କରି ଭାରତକୁ ବିପଦରୁ ଊଦ୍ଧାର କରିଥିଲେ। ପନ୍ତ୍ ଓ ସର୍ଫରାଜଙ୍କ ଭାଗୀଦାରି କାରଣର ଭାରତ ଦ୍ୱିତୀୟ ଇନିଂସ୍‌ରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି।

ଶନିବାର ପନ୍ତ୍ ଓ ସର୍ଫରାଜ ନ୍ୟୁଜିଲାଣ୍ଡ ବୋଲର୍‌ଙ୍କୁ ଖୁବ୍ ହଇରାଣ କରିଥିଲେ। ପନ୍ତ୍ ଏହି ଅବସରରେ ଆକ୍ରମଣାତ୍ମକ କରି ନିଜର ୧୨ଶ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୯୯ ରନ୍‌ରେ ୱିଲିୟମ୍ ଓରୁର୍କେଙ୍କ ବଲ୍‌ରେ ବୋଲ୍ଡ ହେବା ସହିତ ଶତକରୁ ବଞ୍ଚିତ ହୋଇଛନ୍ତି। ଏହା ବ୍ୟତୀତ ପନ୍ତ୍ ଦ୍ରୁତ ୨୫୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ୱିକେଟ୍‌କିପର୍ ହୋଇଛନ୍ତି। ପନ୍ତ୍ ସପ୍ତମ ଥର ନର୍ଭସ୍ ୯୦’ରେ ଆଉଟ୍ ହୋଇଥିବା ବେଳେ ସର୍ବାଧିକ ଥର ଏପରି କରିବାରେ ଭାରତର ତୃତୀୟ ବ୍ୟାଟର୍‌। ଏହି ସୂଚୀର ଶୀର୍ଷରେ ସଚିନ୍ ତେନ୍ଦୁଲକର ରହିଛନ୍ତି। ସେ ନିଜ କ୍ୟାରିୟର୍‌ରେ ମୋଟ ୧୦ ଥର ନର୍ଭସ୍ ୯୦’ର ଶିକାର ହୋଇଛନ୍ତି। ସେହିପରି ଟିମ୍ ଇଣ୍ଡିଆ ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ୍ ୯ ଥର ଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ୯୯ ରନ୍‌ରେ ଆଉଟ୍ ହେବାରେ ପନ୍ତ୍ ୧୦ମ ଭାରତୀୟ ବ୍ୟାଟର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking