31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଖାଲକୁ ଖସିଲା ସ୍କୁଲ ବସ୍‌, ୧୫ ପିଲା ଆହତ

ଖାଲକୁ ଖସିଲା ସ୍କୁଲ ବସ୍‌, ୧୫ ପିଲା ଆହତ

ପଞ୍ଚକୁଲା: ପଞ୍ଚକୁଲାର ମୋରନୀ ନିକଟ ଟିକ୍କର ତାଲ ନିକଟରେ ଏକ ସ୍କୁଲ ବସ୍ ଦୁର୍ଘଟଣା ହୋଇଥିବା ଏବଂ ଏଥିରେ ୧୫ରୁ ଅଧିକ ଛୋଟ ପିଲା ଗୁରୁତର ହୋଇଥିବା ଭଳି ସମ୍ବାଦ ସାମ୍ନାକୁ ଆସିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ୨୬ରୁ ଊର୍ଦ୍ଧ୍ୱ ପିଲାଙ୍କୁ ନେଇ ଯାଉଥିବା ବେଳେ ଏହି ବସ୍‌ଟି ରାସ୍ତାପାଶ୍ୱର୍ରେ ଥିବା ଖାଲକୁ ଖସିପଡିଥିଲା। ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ଏପରି ଘଟିଥିବା କୁହାଯାଉଛି। ତେବେ ଆହତ ପିଲାଙ୍କୁ ଚିକିତ୍ସା ପାଇଁ ମୋରନୀର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ପଞ୍ଜାବର ମଲେରକୋଟଲାସ୍ଥିତ ନନକାନା ସାହିବ ବିଦ୍ୟାଳୟର ପିଲା ଓ ଶିକ୍ଷକମାନେ ପଞ୍ଚକୁଲାର ମୋରନୀ ପାହାଡକୁ ବୁଲିବାକୁ ଯାଉଥିଲେ। ବସ୍ ହଠାତ୍ ଓଲଟି ପଡ଼ିବା ପରେ ଏହି ଗୁରୁତର ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking