24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଆଳୁ-ପିଆଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଆଳୁ-ପିଆଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ : ପରମାଣୁ ବୋମା ପ୍ରସ୍ତୁତ ହୋଇସାରିବା ପରେ ଏହାର ପରୀକ୍ଷଣ କରାଯାଏ । ଦୁନିଆରେ କେବଳ ୯ଟି ଶକ୍ତିଶାଳୀ ଦେଶ ପାଖରେ ରହିଛି ପରମାଣୁ ବୋମା । ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ । ଆପଣ ପରମାଣୁ ବୋମା ଓ ଏହାର ପରୀକ୍ଷଣକୁ ନେଇ ବହୁ ରୋଚକ କଥା ଶୁଣିଥିବେ । କିନ୍ତୁ, ପରମାଣୁ ବୋମା ଟେଷ୍ଟିଂରେ ପିଆଜ-ଆଳୁ ବ୍ୟବହାର ହେବା କଥା କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଭାରତ ପୋଖରାନରେ ଯେଉଁ ପରମାଣୁ ପରୀକ୍ଷଣ କରିଛି, ସେଥିରେ ଦାବି କରାଯାଇଛି ଯେ, ସେହି ପରୀକ୍ଷଣରେ ଲକ୍ଷ ଲକ୍ଷ ଟନ୍‌ରେ ଆଳୁ ଓ ପିଆଜ ବ୍ୟବହାର କରାଯାଇଛି ।

ସେହିପରି ଭାରତକୁ ଅନୁସରଣ କରି ବହୁଦେଶ ସେମାନଙ୍କର ପରମାଣୁ ବୋମା ପରୀକ୍ଷଣରେ ପିଆଜ ଓ ଟମାଟୋକୁ ବ୍ୟବହାର କରିଛନ୍ତି । ତେବେ ମନରେ ନିଶ୍ଚୟ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ବୋମା ପରୀକ୍ଷଣରେ ଆଳୁ-ପିଆଜ କାହିଁକି ବ୍ୟବହାର କରାଯାଉଛି ?
ପରମାଣୁ ପରୀକ୍ଷଣରେ ପିଆଜର ବ୍ୟବହାର ବିକିରଣ ମାତ୍ରାକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଏ । କାରଣ ପରମାଣୁ ବିସ୍ଫୋରଣରେ ଆଲଫା, ବିଟା ଓ ଗାମା ଇତ୍ୟାଦି କିରଣ ବାହାରିଥାଏ । ପିଆଜ ପାଖରେ ଏହି ବିକିରଣକୁ ଅବଶୋଷିତ କରିବାର କ୍ଷମତା ରହିଛି । ଏଥିପାଇଁ ପରମାଣୁ ପରୀକ୍ଷଣ ସ୍ଥାନରେ ଲକ୍ଷ ଲକ୍ଷ ଟନ୍‌ ପିଆଜ ପୋତା ଯାଇଥାଏ । ପରମାଣୁରୁ ବିକିରଣ ହେଉଥିବା ଆଲୋକକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଯଦି ବିକିରଣ ମଣିଷ ସଂସ୍ପର୍ଶରେ ଆସେ, ଏହା ଫଳରେ ତୁରନ୍ତ ରକ୍ତ ଟିସୁ ନଷ୍ଟ ହୋଇପାରେ ।

ପିଆଜରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଜେନୋଟକ୍ସିକ ଗୁଣ ରହିଥାଏ । ଏଥିରେ ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ମଧ୍ୟ ଭରପୂର ରହିଛି । ଆଉ ଏକ କୌତୁହଳପୂର୍ଣ୍ଣ ତଥ୍ୟ, ଯାହା ଖୁବ୍ କମ୍ ଲୋକ ଜାଣନ୍ତି ତାହା ହେଉଛି, ପିଆଜ ସଂରକ୍ଷଣ ସମୟରେ ଗାମା ବିକିରଣର ସ୍ତର ମଧ୍ୟ ସୂଚାଇପାରେ । ସେହିପରି ବିକିରଣର ପ୍ରଭାବକୁ ହ୍ରାସ କରିବାରେ ଆଳୁ ମଧ୍ୟ ବ୍ୟବହୃତ ହୁଏ । ଏଥିସହ ଆଣବିକ ବିସ୍ଫୋରଣ ଦ୍ୱାରା ଅଧା ନଷ୍ଟ ହୋଇଯାଉଥିବା ଖାଦ୍ୟ କିପରି ପ୍ରଭାବିତ ହୁଏ ତାହା ଦେଖିବା ପାଇଁ ଆଳୁ ମଧ୍ୟ ବ୍ୟବହୃତ ହୁଏ । ଟେନେସି ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, ଆଳୁ ଗାମା ବିକିରଣକୁ ବିଶେଷ ଭାବରେ ଗ୍ରହଣ କରିଥାଏ । ଯାହା ଉଦ୍ଭିଦ-ଆଧାରିତ ସେନ୍ସର ସୃଷ୍ଟି କରିବାରେ ବ୍ୟବହୃତ ହୋଇପାରେ ଯାହା ସମ୍ପ୍ରଦାୟକୁ କ୍ଷତିକାରକ ବିକିରଣରୁ ରକ୍ଷା କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking