17.1 C
Bhubaneswar
Wednesday, February 11, 2026
Homeଓଡିଶାକେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ

କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ

ବାରିପଦା: ବାଲଟି ଆଣିବାକୁ ଯାଇ ୩ ଜଣ ନାବାଳକ କେନାଲ ପାଣିରେ ବୁଡ଼ି ଯାଇଛନ୍ତି। ତିନି ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ରିତିକ ସାହୁ, ଜିତ ସାହୁ ଓ ରିତୁ ସାହୁ। ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ ନିକଟରେ ଆଜି ସନ୍ଧ୍ୟାରେ ରିତିକ ସାହୁ, ଜିତ ସାହୁ ଓ ରିତୁ ସାହୁ ଖେଳୁଥିଲେ। ଏହି ସମୟରେ ସେମାନଙ୍କ ପାଖରେ ଥିବା ଏକ ବାଲଟି କୌଣସି ପ୍ରକାରରେ କୋନଲରେ ଖସି ପଡ଼ିଥିଲା। ବାଲଟି ଆଣିବା ପାଇଁ ପ୍ରଥମେ ଜଣେ ନାବାଳକ ପାଣିରେ ପ୍ରବେଶ କରିଥିଲା। କିନ୍ତୁ ସେ ବାଲଟି ଆଣି ପାରି ନଥିଲା। ବରଂ କେନାଲର ପ୍ରଖର ଜଳସ୍ରୋତ ତାକୁ ଭସାଇ ନେଇଥିଲା। ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟ ୨ ନାବାଳକ ମଧ୍ୟ ପାଣିରେ ପଶି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ମଧ୍ୟ ବିଫଳ ହୋଇଥିଲେ। ତିନି ଜଣ ନାବାଳକଙ୍କୁ ଜଳସ୍ରୋତ ଭସାଇ ନେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking