25.1 C
Bhubaneswar
Wednesday, February 11, 2026
Homeଓଡିଶାଚିନ୍ତା ବଢ଼ାଇଲାଣି ବାତ୍ୟା ଆଶଙ୍କା; ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଗତିପଥ ଏବଂ ତୀବ୍ରତା ଆକଳନ

ଚିନ୍ତା ବଢ଼ାଇଲାଣି ବାତ୍ୟା ଆଶଙ୍କା; ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଗତିପଥ ଏବଂ ତୀବ୍ରତା ଆକଳନ

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି ବତ୍ୟା ଆଶଙ୍କା। ସମ୍ଭାବ୍ୟ ବାତ୍ୟା ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆକଳନ ହେବ ବାତ୍ୟାର ଗତିପଥ ଏବଂ ତୀବ୍ରତା। ଆସନ୍ତା ୨୫ ଏବଂ ୨୬ ତାରିଖରେ ବାତ୍ୟା ଓଡ଼ିଶା ମୁହାଁ ହେଉଥିବା ବିଭିନ୍ନ ମଡେଲର ଆକଳନରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଆଇଏମ୍‌ଡି ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରିନି। ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି। ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କୌଣସି ୱାର୍ଣ୍ଣିଙ୍ଗ ଏବେ ସୁଦ୍ଧା ଦିଆଯାଇନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ସେପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking