19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଉତ୍ତରପ୍ରଦେଶ ଉପନିର୍ବାଚନ; କଂଗ୍ରେସ-ଏସ୍‌ପି ଚୂଡାନ୍ତ ଆସନ ବୁଝାମଣା

ଉତ୍ତରପ୍ରଦେଶ ଉପନିର୍ବାଚନ; କଂଗ୍ରେସ-ଏସ୍‌ପି ଚୂଡାନ୍ତ ଆସନ ବୁଝାମଣା

ନୂଆଦିଲ୍ଲୀ: ନିକଟରେ ନିର୍ବାଚନ ଆୟୋଗ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ଅନ୍ୟ କେତେକ ରାଜ୍ୟରେ ଖାଲିପଡ଼ିଥିବା ବିଧାନସଭା ଓ ଲୋକସଭା ଆସନ ପାଇଁ ଉପନିର୍ବାଚନ କରାଯିବା ନେଇ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ୯ଟି ଆସନ ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଆଗାମୀ ଉପନିର୍ବାଚନରେ କଂଗ୍ରେସ ଦଳ ୨ଟି ବିଧାନସଭା ଆସନରେ ଲଢ଼ିବ ଏବଂ ସମାଜବାଦୀ ପାର୍ଟି ୭ଟି ବିଧାନସଭା ଆସନରେ ଲଢ଼ିବ। ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି।

ପ୍ରକାଶ ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭାରେ ୧୦ଟି ଆସନ ଖାଲି ପଡ଼ିଥିବା ବେଳେ ମିଲ୍‌କିପୁର ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ତେବେ ରାଜ୍ୟରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି। ଯଦି ମିଲ୍‌କିପୁର ଆସନ ପାଇଁ ଭୋଟ୍‌ଗ୍ରହଣ କରାଯାଇଥାନ୍ତା ତେବେ ଏହି ଆସନରେ ମଧ୍ୟ ସମାଜବାଦୀ ପାର୍ଟି ନିଜ ପ୍ରାର୍ଥୀ ଦେଇଥାନ୍ତା ବୋଲି ରାଜେନ୍ଦ୍ର ଚୌଧୁରୀ କହିଛନ୍ତି। ପ୍ରକାଶ, ନଭେମ୍ବର ୧୩ରେ ଉତ୍ତରପ୍ରଦେଶର ସମସ୍ତ ୯ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ତେବେ ନଭେମ୍ବର ୨୩ରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହିତ ଅନ୍ୟ ସମସ୍ତ ଉପନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking