31.1 C
Bhubaneswar
Friday, October 18, 2024
Homeଅପରାଧମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ

ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ଦୁଇ ନମ୍ବର ୱାର୍ଡ ପୋଡ଼ସାହି ଗାଁରେ ମଦ କାରବାର ଚାଲିଥିବା ଖବର ପାଇ ବାଣପୁର ପୋଲିସ ହଠାତ ଚଢ଼ାଉ କରିଥିଲା l ଚଢାଉରେ ଧୁନୀୟା ନାୟକ ନାମକ ବ୍ୟକ୍ତିକୁ ଗିରଫ କରାଯିବା ସହ ୩୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା l ଏହାର ପ୍ରତିବାଦ କରି ଧୂନିଆଙ୍କ ସ୍ତ୍ରୀ ରଜନୀ ଓ ପୁଅ ଦୟାନିଧିଙ୍କ ସହ ଗାଁର କିଛି ଲୋକ ପୋଲିସକୁ ଅଟକାଇଥିଲେ । ପୋଲିସକୁ ଅଟକ ରଖିଥିବା ସମୟରେ ଦୟାନିଧି ହଠାତ ପୋଲିସ ଓପିଏଫ ସତ୍ୟ ନାରାୟଣ ପ୍ରଧାନକୁ ଆକ୍ରମଣ କରିଥିଲେ । ସତ୍ୟ ନାରାୟଣ ଆହାତ ହୋଇଥିବାବେଳେ ଏହାର ସୁଯୋଗ ନେଇ ଧୁନୀୟା ନାୟକ ପୋଲିସ ହାତରୁ ଖସି ପଳାଇଥିଲା l ଏନେଇ ବାଣପୁର ପୋଲିସ ଏସଆଇ ସୁକାନ୍ତ ଦଳାଇଙ୍କ ଅଭିଯୋଗ କରି ୭ ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking