19.1 C
Bhubaneswar
Wednesday, February 11, 2026
Homeଓଡିଶାକାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁ ହେଉନି ପରିବା

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁ ହେଉନି ପରିବା

ଭୁବନେଶ୍ୱର: ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି ହେଉଥିବାବେଳେ ଶୁକ୍ରବାର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ବଜାରରେ ପନିପରିବା ଦରଦାମରେ ଅହେତୁକ ବୃଦ୍ଧି ଘଟିଛି। ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରର ରୋଷେଇ ଘରୁ ପରିବା ଏକରକମ ଉଭାନ ହୋଇଯାଇଛି। ଓଡ଼ିଶାରେ ଆବଶ୍ୟକ ପରିମାଣର ପରିବା ଉତ୍ପାଦନ ହେଉ ନ ଥିବାରୁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ସେଠାରୁ ଓଡ଼ିଶାକୁ ପରିବା ଯୋଗାଣ ବିଶେଷ ପ୍ରଭାବିତ ହୋଇଛି।

ରାଜ୍ୟ ସରକାର ତୁରନ୍ତ ଏହି ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ସହ ଶୀତଳଭଣ୍ଡାର ପ୍ରତିଷ୍ଠା ଭଳି ଦୀର୍ଘକାଳୀନ ପଦକ୍ଷେପ ନେଇପାରିଲେ ସ୍ଥିତି ସୁଧୁରିପାରନ୍ତା। କାର୍ତ୍ତିକ ମାସ ଆରମ୍ଭ ହୋଇଗଲାଣି। ମାସ ସାରା ଖାଉଟି ନିରାମିଷ ଭୋଜନ ଉପରେ ନିର୍ଭର କରିବେ। ପନିପରିବା ହିଁ ଏକମାତ୍ର ଭରସା। ତେବେ ମାସ ଆରମ୍ଭରୁ ପରିବା ଦର ଖାଉଟିଙ୍କୁ ଅଣନିଃଶ୍ୱାସୀ କଲାଣି। ଦର ଏତେ ହେଲାଣି ଯେ ପରିବାରେ ହାତମାରିବାକୁ ଖାଉଟିଙ୍କୁ ଡର ଲାଗୁଛି। ପିଆଜ କନ୍ଦାଇବା ପରେ ଏବେ ପନିପରିବା ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଦରବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ମାସ ସାରା କେମିତି ଚଳିବେ ସମସ୍ତଙ୍କୁ ସେଇ ଚିନ୍ତା ଘାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking