31.1 C
Bhubaneswar
Wednesday, February 11, 2026
Homeଓଡିଶାଓଏସଏସଏସସି ପରୀକ୍ଷା କେଁ; ନିଷ୍ପତ୍ତି ନେବେ ରାଜ୍ୟ ସରାକର

ଓଏସଏସଏସସି ପରୀକ୍ଷା କେଁ; ନିଷ୍ପତ୍ତି ନେବେ ରାଜ୍ୟ ସରାକର

ଭଭୁବନେଶ୍ୱର : ଓଏସଏସଏସସିଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ତଜର୍ମା କରାଯାଉଛି। ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ପରୀକ୍ଷାର ପବିତ୍ରତା ସହ ସାଲିସ୍ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କଠାରୁ ଅଭିଯୋଗ ମିଳିଛି । ଯାହା ଏହି ପଦବୀ ପାଇଁ ନିରପେକ୍ଷ ଓ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି । ରାଜ୍ୟ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି ଓ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ପରୀକ୍ଷା କରିବା ପାଇଁ ପ୍ରତିବଦ୍ଧ । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷାଗୁଡ଼ିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନକୁ ତର୍ଜମା କରାଯାଉଛି ଓ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking