19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସାମ୍ନାକୁ ଆସିଲା ନେତାନ୍ୟାହୁଙ୍କ ରିଭେଞ୍ଜ ପ୍ଲାନ

ସାମ୍ନାକୁ ଆସିଲା ନେତାନ୍ୟାହୁଙ୍କ ରିଭେଞ୍ଜ ପ୍ଲାନ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହିଜବୁଲ୍ଲା ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଲଗାତାର ଇରାନର ଆଣବିକ ସ୍ଥଳ ଏବଂ ତେଲ ଭଣ୍ଡାର ଉପରେ ଆକ୍ରମଣ କରିବାକୁ ମନା କରୁଥିଲା। ଏବେ ଯାଇ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ମନେଇ ପାରିଛନ୍ତି। ନେତନ୍ୟାହୁ ମାନି ତ ଗଲେ ହେଲେ ସେ କହିଛନ୍ତି ଯେ, ତାଙ୍କର ଇରାନ ଉପରେ ଟାର୍ଗେଟ କଣ ରହିବ। ନେତାନ୍ୟାହୁ ବାଇଡେନଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଇସ୍ରାଏଲ ଇରାନର ଆଣବିକ ସ୍ଥାନରେ ଆକ୍ରମଣ କରିବ ନାହିଁ, ହେଲେ ସାମରିକ ବେସ ଉପରେ ଅବଶ୍ୟ ଆକ୍ରମଣ କରିବ। ୱାଶିଂଟନ ପୋଷ୍ଟର ରିପୋର୍ଟ ମୁତାବକ, ନେତନ୍ୟାହୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି ଯେ, ଇରାନର ବାଲିଷ୍ଟିକ ମିସାଇଲ ଆକ୍ରମଣ ପାଇଁ ଇସ୍ରାଏଲର ଜବାବ ଆକ୍ରମଣରେ ଅଣ ସାମରିକ ସ୍ଥାନରେ ଆକ୍ରମଣରେ ସାମିଲ ହେବେ ନାହିଁ।

ନେତନ୍ୟାହୁ ଆମେରିକାକୁ କହିଛନ୍ତି ଯେ, ଇସ୍ରାଏଲ ଇରାନ ସାମରିକ ସ୍ଥଳକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଅଟେ, କିନ୍ତୁ ପରମାଣୁ ବା ତେଲ ଭଣ୍ଡାର ଉପରେ ନୁହେଁ। ନେତାନ୍ୟାହୁ ଏହି କଥା ବାଇଡେନଙ୍କୁ ସେତେବେଳେ କହିଥିଲେ ଯେ, ଯେତେବେଳେ ଦୁହେଁ ଗତ ସପ୍ତାହରେ ଫୋନରେ କଥା ହେଉଥିଲେ ଏବଂ ୧ ଅକ୍ଟୋବରରେ ଇରାନ ଦ୍ୱାରା କରାଯାଇଥିବା ବାଲିଷ୍ଟିକ ମିସାଇଲ ଆକ୍ରମଣର ଜବାବ ଦେବାରେ ଇସ୍ରାଏଲର ଯୋଜନାରେ ଚର୍ଚ୍ଚା କରିଥିଲେ, ଯେଉଁଥିରେ ଆମେରିକା ଶାନ୍ତ କରିବାର ପ୍ରୟାସ କରିଥିଲା। ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ, ୮ ଅକ୍ଟୋବରରେ ଇସ୍ରାଏଲର ଯୋଜନାକୁ ନେଇ ଚର୍ଚ୍ଚା କରିବା ପାଇଁ ଏକ କଲରେ, ନେତାନ୍ୟାହୁ ବାଇଡେନଙ୍କୁ କହିଥିଲେ ଯେ, ଇସ୍ରାଏଲ ନିଜ ଆକ୍ରମଣର ସାମରିକ ସ୍ଥଳ ପର୍ଯ୍ୟନ୍ତ ସୀମିତ ରଖିବାକୁ ଯୋଜନା କରୁଥିଲା। ଆକ୍ରମଣ ପୂର୍ବରୁ ଏପରି କୁହାଯାଉଥିଲା ଯେ, ଇସ୍ରାଏଲ ଇରାନର ତେଲ ଭଣ୍ଡାର ଏବଂ ଆଣବିକ ସ୍ଥାନରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଛି। ହେଲେ ଆମେରିକା ଏହାକୁ ବିରୋଧ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking