18.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶୟୁଟ୍ୟୁବ ଦେଖି ଡାକ୍ତର କଲେ ଅସ୍ତ୍ରୋପଚାର: ମା’ ଓ ଶିଶୁଙ୍କ ହେଲା ମୃତ୍ୟୁ

ୟୁଟ୍ୟୁବ ଦେଖି ଡାକ୍ତର କଲେ ଅସ୍ତ୍ରୋପଚାର: ମା’ ଓ ଶିଶୁଙ୍କ ହେଲା ମୃତ୍ୟୁ

ପାଟନା: ବିହାରର ରୋହତସ ଜିଲ୍ଲାର କାରାକାଟ ଗୋଦାରୀରେ ଥିବା ‘ମା ଏମେର୍ଜେନ୍ସି ନର୍ସିଂହୋମ’ରେ ଶନିବାର ଜଣେ ନକଲି ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଅସଫଳ ଅପରେସନ୍ ଯୋଗୁଁ ମା’ ଓ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପରିବାର ସଦସ୍ୟ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅକ୍ଟୋବର ୧୫ରେ ସ୍ୱାସ୍ଥ୍ୟ ବିଭାଗ ‘ମା ଏମେର୍ଜେନ୍ସି ନର୍ସିଂହୋମ’ ଉପରେ ଚଢ଼ାଉ କରି ସିଲ୍ କରିଛି।

ସୂଚନାନୁସାରେ, ବାଘେଲା ପୁଲିସ ଷ୍ଟେସନ ଅଞ୍ଚଳର ଶ୍ରୀନଗର ଗ୍ରାମ ନିବାସୀ ଜିତେନ୍ଦ୍ର କୁମାରଙ୍କ ପତ୍ନୀ ମମତା ଦେବୀଙ୍କୁ ଅକ୍ଟୋବର ୧୧ରେ ଗୋଦାରୀର ‘ମା ଏମେର୍ଜେନ୍ସି ନର୍ସିଂହୋମ’ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଡାକ୍ତର ୟୁଟ୍ୟୁବ ଦେଖି ଅପରେସନ୍ କରିବାକୁ ଚେଷ୍ଟା କରିଥିଲେ, ଯେଉଁ କାରଣରୁ ୧୨ ଅକ୍ଟୋବରରେ ମା ଓ ଶିଶୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଏକ ଟିମ୍ ଗୋଦାରୀ ନିକଟରେ ଥିବା ଅନ୍ୟ ଏକ ମହିଳା ନର୍ସିଂହୋମର ପଞ୍ଜିକରଣ ଯାଞ୍ଚ କରି କିଛି ଡକ୍ୟୁମେଣ୍ଟ୍ ଅଭାବରୁ ଏହାକୁ ସିଲ୍ କରିଥିଲେ। ଏହି ଚଢ଼ାଉ ସମୟରେ ଅନେକ ବେଆଇନ ନର୍ସିଂହୋମ ଏବଂ ଅଲଟ୍ରାସାଉଣ୍ଡ ଅପରେଟର ସେମାନଙ୍କ କ୍ଲିନିକ ବନ୍ଦ କରି ପଳାଇ ଯାଇଛନ୍ତି।

ଗୋଦାରୀ ନଗରରେ ପ୍ରାୟ ଦଶରୁ ପନ୍ଦର ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ କେନ୍ଦ୍ର ଖୋଲାଖୋଲି ଭାବେ ଏପରି ବେଆଇନ କାମ କରିଆସୁଛନ୍ତି, କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏହା ପ୍ରତି କୌଣସି ପଦକ୍ଷେପ ନେଉ ନଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି। ସିଭିଲ୍ ସର୍ଜନଙ୍କ କହିବାନୁସାରେ, ‘ମା ଓ ଶିଶୁଙ୍କ ମୃତ୍ୟୁ ଖବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଦୁଇଟି ନକଲି ନର୍ସିଂହୋମକୁ ସିଲ୍ କରାଯାଇଥିଲା। ବେଆଇନ ଭାବେ କାର୍ଯ୍ୟ କରୁଥିବା ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ କେନ୍ଦ୍ର ଚିହ୍ନଟ କରାଯିବ ଏବଂ ନୋଟିସ ଜାରି କରାଯିବ। ଯଦି ସନ୍ତୋଷଜନକ ଉତ୍ତର ନମିଳେ ପୁନର୍ବାର ଚଢ଼ାଉ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking