24.1 C
Bhubaneswar
Wednesday, December 24, 2025
Homeଖେଳସାକିବ୍‌ଙ୍କୁ ବିସିବିର ସ୍ମରଣୀୟ ଉପହାର; ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବେ ବିଦାୟୀ ଟେଷ୍ଟ

ସାକିବ୍‌ଙ୍କୁ ବିସିବିର ସ୍ମରଣୀୟ ଉପହାର; ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବେ ବିଦାୟୀ ଟେଷ୍ଟ

ଢାକା: ବାଂଲାଦେଶର ଅନୁଭବୀ ଅଲ୍‌ରାଉଣ୍ଡର୍ ସାକିବ୍ ଅଲ୍ ହସନ୍‌ଙ୍କୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏକ ସ୍ମରଣୀୟ ଉପହାର ଦେଇଛି। ଅକ୍ଟୋବର ୨୧ରୁ ଆରମ୍ଭ ହେଉଥିବା ସାଉଥ୍ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବିସିବି ସାକିବ୍‌ଙ୍କୁ ଟିମ୍‌ରେ ସାମିଲ କରିଛି। ସେ କ୍ୟାରିୟର୍‌ର ଅନ୍ତିମ ଟେଷ୍ଟ ମ୍ୟାଚ୍ ନିଜ ଘରୋଇ ଦର୍ଶକଙ୍କ ସମ୍ମୁଖରେ ମୀରପୁରରେ ଖେଳିବେ। ସୂଚନାଯୋଗ୍ୟ ଏହି ମହାନ୍ ଖେଳାଳି ନିକଟରେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଅବସରରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। କାନପୁର ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମୀରପୁରରେ ସାଉଥ୍ ଆଫ୍ରିକା ବିପକ୍ଷରେ ଟେଷ୍ଟରେ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଏଥିପାଇଁ ସେ ବାଂଲାଦେଶ କ୍ରିକେଟ୍ ବୋର୍ଡଠାରୁ ସୁରକ୍ଷା ପ୍ରତିଶ୍ରୁତି ଲୋଡ଼ିଥିଲେ।

ମାତ୍ର ବିସିବିର ନୂଆ ସଭାପତି ଫାରୁକ ଅହମଦ ସାକିବ୍‌ଙ୍କ ଅନୁରୋଧକୁ ଖାରଜ କରି ବୋର୍ଡ ସିକ୍ୟୁରିଟି ସଂସ୍ଥା ନୁହେଁ ଏବଂ ତାଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ଯୋଗାଇପାରିବ ନାହିଁ ବୋଲି କହିଥିଲେ। ତେବେ ସାକିବ୍ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରିବା ପରେ ତାଙ୍କୁ ନୂତନ ଅନ୍ତରୀଣ ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ସାଉଥ୍ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଘୋଷିତ ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଭାରତ ଗସ୍ତରେ ଯାଇଥିବା ଟିମ୍‌ର ସଦସ୍ୟ ଥିବା ଖାଲିଦ ଅହମଦ୍‌ଙ୍କୁ ବାଦ୍ ଦିଆଯାଇଛି।

ବାଂଲାଦେଶ ସ୍କ୍ୱାଡ୍‌: ନଜମୁଲ୍ ହୋସେନ୍ ଶାନ୍ତୋ (କ୍ୟାପ୍‌ଟେନ୍‌), ସାଦମାନ ଇସ୍ଲାମ, ମହମୁଦୁଲ୍ ହସନ୍ ଜୟ, ଜାକିର ହସନ୍‌, ମୋମିନୁଲ୍ ହକ୍‌, ମୁଶଫିକୁର ରହିମ୍‌, ସାକିବ୍ ଅଲ୍ ହସନ୍‌, ଲିଟନ ଦାସ, ଜେକର ଅଲୀ, ମେହଦୀ ହସନ୍‌, ଜୈତୁଲ ଇସ୍ଲାମ୍‌, ନଇମ୍ ହସନ୍‌, ତାସ୍କିନ୍ ଅହମଦ, ହସନ୍ ମହମୁଦ, ନାହିଦ୍ ରାଣା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking