28.1 C
Bhubaneswar
Wednesday, October 16, 2024
Homeଓଡିଶାବଡ ଖବର: ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ, ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା

ବଡ ଖବର: ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ, ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା

ପୁରୀ : ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ଆସନ୍ତା ୧୮ ରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନରେ ଏହି ସବୁ ଶୃଙ୍ଖଳା ଗ୍ରହଣ କରାଯାଇଛି । ଆସନ୍ତା ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ଅନୁମତି ଦିଆଯିବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିପାରିବେ । ସିଂହଦ୍ୱାରରେ ଭକ୍ତଙ୍କ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଶ୍ରୀମନ୍ଦିର ସେବକ ଓ ସେବକ ପରିବାର ସଦସ୍ୟଙ୍କ ପାଇଁ ଏହି ନିୟମ କାର‌୍ୟ୍ୟକାରୀ ହେବ ନାହିଁ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାର ବଦଳିବା ପରେ ମୋହନ ମାଝୀ ସରକାର ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ । ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିଥିଲେ ମୋହନ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking