29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବିମାନକୁ ବୋମା ଭୟ; ଚିନ୍ତାରେ ସରକାର

ବିମାନକୁ ବୋମା ଭୟ; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ବାରମ୍ବାର ବିମାନ ଭିତରେ ବୋମା ରଖାଯାଇ ବିସ୍ଫୋରଣ କରାଯିବା ନେଇ ଧମକପୂର୍ଣ୍ଣ କଲ୍ ଆସୁଛି ।ଗତ କିଛି ଦିନ ହେବ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଧମକପୂର୍ଣ୍ଣ ଫୋନ କଲ୍ ଓ ଇମେଲ୍ ମିଳିବା ପରେ କୋକୁଆ ଭୟ ସୃଷ୍ଟି ହେଉଛି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଆଜି ସରକାର ଏହାର ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ଡକାଇଥିବା ବୈଠକରେ ଡିଜିସିଏ, ସିଆଇଏସଏଫ, ବିସିଏଏସ, ଏଏଆଇ ଅଧିକାରୀ ସାମିଲ ଅଛନ୍ତି । ଗତ ଦୁଇଦିନ ମଧ୍ୟରେ ୧୦ଟି ବିମାନକୁ ଧମକପୂର୍ଣ୍ଣ କଲ ଓ ଇମେଲ ଆସିବା ପରେସରକାର ଚିନ୍ତାରେ । ସବୁଠୁ ବଡ କଥା ହେଲା ଏହି ଧମକ କେବଳ ଭାରତରୁ ନୁହେଁ ବିଦେଶରୁ ମଧ୍ୟ ଆସୁଛି । ସୋସିଆଲ ମିଡିଆ ଏକ୍ସରେ ଧମକ ମିଳିଥିବା ଆକାଉଣ୍ଟକୁ ସସପେଣ୍ଡ ମଧ୍ୟ କରାଯାଉଛି ଯାହା ବିମାନ ଚଳାଚଳ ବିଭାଗକୁ ଚିନ୍ତାରେ ପକାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking