31.7 C
Bhubaneswar
Saturday, June 20, 2026
Homeଦେଶ ବିଦେଶପେଟ୍ରୋଲ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯୫ ଜଣଙ୍କ ଜୀବନ

ପେଟ୍ରୋଲ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ନାଇଜେରିଆରେ ବୁଧବାର ଏକ ବଡ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏକ ପେଟ୍ରୋଲ ଟ୍ୟାଙ୍କର ବିସ୍ଫୋରଣ ଘଟି ପ୍ରାୟ ୯୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୫୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓଲଟି ପଡିଥିବା ଟ୍ୟାଙ୍କରରୁ ଲୋକେ ତେଲ ନେବାକୁ ଚେଷ୍ଟା କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ନେଇ ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

 ନାଇଜେରିଆର ମାଜିୟା ଗାଁରେ ଏତେ ବଡ଼ ଘଟଣା ଘଟିଛି। ତୈଳ ବୋଝେଇ ଟ୍ୟାଙ୍କର ଡ୍ରାଇଭର ଗାଡ଼ିକୁ ପୋରଥାରକୋର୍ଟରୁ ୟୋବେ ରାଜ୍ୟର ନଗୁରୁକୁ ନେଇ ଯାଇଥିଲେ। ତେବେ ସେ ବାଟ ବାଉଳା ହୋଇ ତାଉରା ଅଧୀନ ମାଜିୟା ଗାଁରେ ପହଞ୍ଚି ଯାଇଥିଲେ। ରାତି ୧୨.୩୦ରେ ସେ ଗାଁରେ ପହଞ୍ଚିବା ପରେ କେଉଁ ଆଡ଼େ ଯିବେ ଜାଣି ପାରି ନଥିଲେ। ସେ ଆଗକୁ ଯାଉଥିବା ବେଳେ ହଠାତ୍‌ ଗାଡ଼ିଟି ଗାଁ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ତୈଲ ବୋଝେଇ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking