18.1 C
Bhubaneswar
Saturday, December 6, 2025
Homeଓଡିଶାଆସୁଛି ପୁଣି ଏକ ଲଘୁଚାପ

ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ୍‌ ମଡେଲ ଦର୍ଶାଇଛି । ବଡ଼ ନ ହେଲେ ବି ଛୋଟ ଧରଣର ବାତ୍ୟା ହେବ ବୋଲି ମଡେଲରେ ଆକଳନ କରାଯାଇଛି ।

ଜିଏଫଏସ୍‌ ମଡେଲର ଆକଳନ ଅନୁସାରେ, ସମୁଦ୍ରରେ ଥିଲା ବେଳେ ବାତ୍ୟା ରୂପ ନେବ । ଉପକୂଳକୁ ଆସିବା ପରେ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ବିସ୍ତୃତ ବର୍ଷା ହୋଇପାରେ । ୨୪ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୨ ତାରିଖରେ ଏହା ଲଘୁଚାପ ରୂପ ନେବ । ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ । ଏହା ଉତ୍ତର ବା ଉତ୍ତର ପଶ୍ଚିମକୁ ଗତି କରିବ । ଏହା ପ୍ରଭାବରେ ୨୩ରୁ ୨୫ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବ । ଯଦି ଏହା ଓଡ଼ିଶା ଉପକୂଳ ଦେଇ ଯିବ ବା ଓଡ଼ିଶା ଛୁଇଁବ ତେବେ ଭାରି ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking