କଟକ: କଟକ, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଏବଂ ନୟାଗଡ ଜିଲ୍ଲାର ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ ( ସିପାହୀ ଫାର୍ମା, ସୈନିକ ଟେକ ନର୍ସିଂ ସହାୟକ, ଏବଂ ଧାର୍ମିକ ଶିକ୍ଷକ କେବଳ ଜେସିଓ ବିଭାଗ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକିମର ମହିଳା ମିଲିଟାରି ପୁଲିସ୍ଙ୍କ ନିମନ୍ତେ ୧୮ ଅକ୍ଟୋବର ୨୦୨୪ ଠାରୁ ୨୬ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ନିଯୁକ୍ତି ରାଲି ସମୟରେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)ରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଶାରିରୀକ ଫିଟନେସ୍ ପରୀକ୍ଷା ଏବଂ ମେଡିକାଲ ପରୀକ୍ଷା ଦେବେ । ଏଥିନିମନ୍ତେ ପ୍ରାର୍ଥୀମାନଙ୍କ ପଞ୍ଜିକୃତ ଇ-ମେଲ୍ ଠିକଣାରେ ଆଡମିଟ କାର୍ଡଗୁଡିକ ପଠାଇ ଦିଆଯାଇଛି ।
ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍