ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଛୋଟାଗୁଡ଼ା(ଡିଏନ୍କେ) ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ କରିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ନିରପକ୍ଷ ତଦନ୍ତ କରିଛନ୍ତି। ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଅଭିଯୋଗ ପ୍ରକାରେ ଗତକାଲି ଛଟାଗୁଡ଼ା ଗ୍ରାମରେ ଦୁର୍ଗାପୂଜା ଉପଲକ୍ଷେ କାର୍ଯ୍ୟକ୍ରମ ଚାଲିଥିବା ବେବେ ବିଳମ୍ବିତ ରାତିରେ ବିବେକାନନ୍ଦ ମହନ୍ତ ଏବଂ ପିଉସୀ ପୁଅ ଭାଇ ଗିରିଧାରୀ ଗୋଲଦାର ଉପସ୍ଥିତ ଥିଲେ। ରାତି ପ୍ରାୟ ୧ଘଣ୍ଟା ୩୦ ମିନିଟରେ ସମ୍ପର୍କୀୟ ଭାଇ ରଞ୍ଜନ ମହନ୍ତ ମୋବାଇଲ ଫୋନ୍ରେ କହିଲେ ଯେ, ବିବେକାନନ୍ଦଙ୍କ ଭାଇ ସୁବଳ ମହନ୍ତ (୩୦)ଙ୍କ ଦେହ ବହୁତ ଅସୁସ୍ଥ ଅଛି।
ସୂଚନା ପାଇ ବିବେକାନନ୍ଦ ଏବଂ ଗିରିଧାରୀ ଛୋଟାଗୁଡ଼ା ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଜମି ନିକଟରେ ରହୁଥିବା ଭାଇ ସୁବଳ ଘରେ ପହଞ୍ଚି ଥିଲେ। ସେଠାରେ ସୁବଳ ରକ୍ତାକ୍ତ ଅବସ୍ଥାରେ ଘର ଭିତରେ ପଡିଥିବା ବେଳେ ତଣ୍ଟିରେ ଗଭୀର ଆଘାତ ହୋଇ ଥିବା ଦେଖିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ସୁବଲଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ ନେବା ସମୟରେ ମୃତ୍ୟୁ ହୋଇଯାଇ ଥିଲା।ଉମରକୋଟ ଠାରେ କାର୍ଯ୍ୟରତ ଡାକ୍ତର ସୁବଳଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।










