32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଅଭିନେତା ଦର୍ଶନ ଓ ପବିତ୍ରା ଗୌଡାଙ୍କ ଜାମିନ୍ ଆବେଦନ ଖାରଜ

ଅଭିନେତା ଦର୍ଶନ ଓ ପବିତ୍ରା ଗୌଡାଙ୍କ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲ: ବେଙ୍ଗାଲୁରୁର ଏକ ସେସନ୍ କୋର୍ଟ ସୋମବାର କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପା ଏବଂ ତାଙ୍କ ମହିଳା ବନ୍ଧୁ ପବିତ୍ରା ଗୌଡାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ରେଣୁକାସ୍ୱାମୀ ହତ୍ୟା ମାମଲାରେ ଦର୍ଶନ ଏବଂ ପବିତ୍ରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ପୋଲିସ ଅନୁସାରେ, ୩୩ ବର୍ଷୀୟ ରେଣୁକାସ୍ୱାମୀ ଅଭିନେତା ଦର୍ଶନଙ୍କ ପ୍ରଶଂସକ ଥିବା ବେଳେ ସେ ପବିତ୍ରାଙ୍କୁ ଖରାପ ମେସେଜ୍ କରୁଥିଲେ । ଏଥିପାଇ ଦର୍ଶନ କ୍ରୋଧରେ ତାଙ୍କ ଫ୍ୟାନଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଜୁନ୍ ୯ରେ ବେଙ୍ଗାଲୁରୁର ସୁମାନାହାଲିରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ରେଣୁକାସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ରେଣୁକାସ୍ୱାମୀଙ୍କ ହତ୍ୟାକାଣ୍ଡରେ ଅଭିନେତା ଦର୍ଶନଙ୍କ ହାତ ନାହିଁ କିମ୍ବା ସେ ହତ୍ୟା ସମୟରେ ସେଠାରେ ଉପସ୍ଥିତ ନଥିଲେ ବୋଲି ଅଭିନେତାଙ୍କ ଓକିଲ କହିଛନ୍ତି ।

କିନ୍ତୁ ତାଙ୍କର ଜାମିନ ଆବେଦନକୁ ବିରୋଧ କରି ପ୍ରତିପକ୍ଷ ଓକିଲ କହିଛନ୍ତି ଯେ, ହତ୍ୟାକାଣ୍ଡରେ ଅଭିନେତାଙ୍କ ଭୂମିକା ଥିବା ନେଇ ପ୍ରମାଣ ରହିଛି ।  ଗତ ସେପ୍ଟେମ୍ବରରେ ପୋଲିସ ହତ୍ୟା ମାମଲାରେ ୩୯୯୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ ଆକ୍ଟର ଦର୍ଶନ ଏବଂ ପବିତ୍ରା ନାଁ ସାମିଲ ଥିଲା । ବର୍ତ୍ତମାନ ଆକ୍ଟର ଦର୍ଶନ ବାଲାରି ଜେଲ୍‌ରେ ଅଛନ୍ତି । କିଛି କଏଦୀଙ୍କ ସହିତ ତାଙ୍କର ଫଟୋ ଭାଇରାଲ୍ ହେବା ପରେ ଅଭିନେତାଙ୍କୁ ଗତ ଅଗଷ୍ଟରେ ପାରପ୍ପାନା ଜେଲରୁ ବାଳାରିକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking