32.1 C
Bhubaneswar
Wednesday, October 16, 2024
Homeଓଡିଶାସାପ କାମୁଡ଼ାରେ ଚାଷୀ ମୃତ

ସାପ କାମୁଡ଼ାରେ ଚାଷୀ ମୃତ

ବୁଗୁଡା: ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବ ଗ୍ରାମର ଚାଷୀ ପ୍ରମୋଦ ପ୍ରଧାନ (୫୫) ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ପ୍ରମୋଦ ଶନିବାର ସନ୍ଧ୍ୟାରେ ବିଲରେ ପାଣି ମଡାଇବା କାମ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ତାଙ୍କୁ ବିଲମାଳରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ପ୍ରମୋଦଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking