31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କଲା ହେଜବୋଲ୍ଲା, ୪ ସେନା ନିହତ

ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କଲା ହେଜବୋଲ୍ଲା, ୪ ସେନା ନିହତ

ଜେରୁଜେଲମ: : ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। କୁହାଯାଉଛି ଯେ ଏଥର ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରିଛି। ଯେଉଁଥିରେ ୪ଜଣ ଇସ୍ରାଏଲ ସେନାଙ୍କର ମୃତ୍ୟୁ ହୋଇଛି। ଆହୁରି ମଧ୍ୟ କୁହାଯାଉଛି ଯେ ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରିଥିଲା। ଯେଉଁଥିରେ ୪ଜଣ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭୦ ସେନା ଆହତ ହୋଇଛନ୍ତି।

ଇସ୍ରାଏଲର ସାମରିକ ବେସ ଉପରେ ହେଜବୋଲ୍ଲାର ଆକ୍ରମଣ ପରେ ଆଇଡିଏଫ ଏହି ସୂଚନା ଦେଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ରବିବାର ରାତିରେ ଇସ୍ରାଏଲର ସାମରିକ ବେସରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ୪ଜଣ ସେନାଙ୍କର ମୃତ୍ୟୁ ହୋଇଛି। ଅନେକ ସେନା ଆହତ ହୋଇଥିବାବେଳେ। ଏହି ଆକ୍ରମଣରେ ନିହତ ସେନାଙ୍କ ପରିବାରକୁ ଆଇଡିଏଫ ସମବେଦନା ଜଣାଇଛି। ଏହା ସହିତ ସେ ପରିବାରର ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଗୁଜବ ପ୍ରଚାର ନକରିବାକୁ ସେ ଅନୁରୋଧ କରିଥିଲେ। ଏହା ସହିତ ସେ ଆହତ ସେନାଙ୍କ ନାମ ଶେୟାର ନକରିବାକୁ ନିବେଦନ କରିଥିଲେ।

ସୋମବାର ସକାଳେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଇସ୍ରାଏଲ ସେନା କହିଛି ଯେ, ଗତକାଲି ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏକ ୟୁଏଭି ଏକ ସେନା ବେସ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୪ସେନା ନିହତ ହୋଇଥିଲେ। ଆଇଡିଏଫ ଶୋକସନ୍ତପ୍ତ ପରିବାରଙ୍କ ସହ ଅଛି। ଦୁଃଖ ଏବଂ ସେମାନଙ୍କୁ ସମର୍ଥନ ଜାରି ରଖିବ। ସୋସିଆଲ ମିଡିଆ ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆହତ ସେନାଙ୍କୁ ନେଇ ଗୁଜବ କରିବା ଏବଂ ନାମ ଶେୟାର କରିବାକୁ ବାରଣ କରନ୍ତୁ ଏବଂ ପରିବାରକୁ ସମ୍ମାନ ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking