30.1 C
Bhubaneswar
Tuesday, February 10, 2026
Homeଓଡିଶାଜାତୀୟ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜାତୀୟ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ସୋମବାର ସକାଳ ୬ଟାରେ ବୈଶିଙ୍ଗା ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ବେତନଟୀର ସ୍ଵର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ଏକମାତ୍ର ପୁତ୍ର ଆଶୁତୋଷ (୩୮ ବର୍ଷ) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଶୁତୋଷ ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ। ଭୋର୍ ୪ଟା ୧୩ରେ ସେ ତାଙ୍କ ମାଆଙ୍କୁ ଫୋନ କରି ଘରକୁ ଯାଉଛି ବୋଲି କହିଥିଲେ। ମାତ୍ର ଦେଢ ଘଣ୍ଟା ପରେ ପରିବାର ଲୋକଙ୍କୁ ପୁଅର ମୃତ୍ୟୁ ଖବର ମିଳିଥିଲା। ସୋମବାର ସକାଳ ୬ଟାରେ ବୈଶିଙ୍ଗା ପୋଲିସ ଖଇରବଣୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ତେବେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସନ୍ଦେହ କରାଯାଉଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ୪ବର୍ଷ ତଳେ ଆଶୁତୋଷ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking