33.1 C
Bhubaneswar
Wednesday, October 16, 2024
Homeଓଡିଶା" ଆଜିର ନୀତିବାଣୀ "

” ଆଜିର ନୀତିବାଣୀ “

“ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ , ଯଦି ବାଟ କଣ୍ଟାର ହୁଏ ତ ନିଜର ଲୋକ ବି ହାତ ଛାଡି ଦେବେ ନିଜ ସ୍ବାର୍ଥ ପାଇଁ !!”*

“ଯିଏ ଅତ୍ୟଧିକ ଗର୍ବ କରେ ତାର ସେ ଗର୍ବ ରହେ ନାହିଁ , ଦିନେ ନା ଦିନେ ତା ଗର୍ବ ଭାଂଗେ। ଅହଂକାର ତୁଟେ । ସେତେବେଳେ ସେ ନିଜ ପାଇଁ ସ୍ଥାନ ଖୋଜି ପାଏନାହିଁ । କାରଣ କେହି ତାକୁ ପାଖ ପଶେଇବାକୁ ରାଜି ହୁଅନ୍ତି ନାହିଁ !!”*

“ଯିଏ ରାଗରେ ଭୁଲ୍ କରନ୍ତି ସିଏ ବଦଳି ଯାଆନ୍ତି ହେଲେ ଯିଏ ଆତ୍ମଗର୍ବରେ ଭୁଲ୍ କରନ୍ତି ସିଏ କେବେ ବଦଳନ୍ତି ନାହିଁ !!”*

ସମ୍ପର୍କର ମୃତ୍ୟୁ ନାହିଁ, ମଣିଷର ବ୍ଯବହାର, ସ୍ବଭାବ ଓ ଅହଂଭାବ ତାକୁ ମାରିଦେଇଥାଏ !!”

ଅତ୍ୟଧିକ କୌଣସି କିଛି ବି ଭଲ ନୁହେଁ ଅତି ଶବ୍ଦଟା ହିଁ ଖରାପ।

ତୁମକୁ କେତେ ଲୋକ ଚିହ୍ନିଛନ୍ତି ଏହା ମହତ୍ତ୍ଵପୁର୍ଣ୍ଣ ନୁହେଁ। କାହିଁକି ଚିହ୍ନନ୍ତି ଏହା ବିଶେଷ ମହତ୍ତ୍ଵପୁର୍ଣ୍ଣ।

ଜୀବନ କ୍ଷଣଭଙ୍ଗୁର । ଏହା ଉପଲବ୍ଧି କରି ସମସ୍ତ ପ୍ରକାର ଦ୍ୱେଷ ଓ କଳହରୁ କ୍ଷାନ୍ତ ହୁଅ।

ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନା କୁ ଘରେ ଠୁଳ କରି ରଖନ୍ତୁ ନାହିଁ।*

ବିଜେତା ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି,ବାଧା ଉପରେ ନୁହେଁ।

ଅଦ୍ୟ ଅକ୍ଟୋବର ମାସ ୧୪ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ଦିବା ଘ୦୬/୫୬ ଗତେ ଦ୍ୱାଦଶୀ
ନକ୍ଷତ୍ର- ଶତଭିଷା ରାତ୍ରି ଘ୦୧/୩୦ ଗତେ ପୂର୍ବ ଭାଦ୍ର
ଚନ୍ଦ୍ର – କୁମ୍ଭ
ଯୋଗ- ଗଣ୍ଡ
କରଣ – ବିଷ୍ଟି
ସୌରମାସ- କନ୍ୟା ୨୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୪୬
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୬/୫୫ ଗତେ ନୈରୁତେ
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୪ ଗତେ ଘ୦୮/୪୧ ମଧ୍ୟେ
ବାରବେଳା – ଦିବା ଘ୦୨/୨୪ ଗତେ ଘ୦୩/୫୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଘ୦୮/୫୭ ଗତେ ଘ୧୧/୨୧ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଇ ଭକ୍ଷଣ ନିଷେଧ
═✧══•❁❀❁•═════✧

ରାଶି ଫଳ ✧═════•❁❀❁•═════✧
ମେଷ
: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
✧═════•❁❀❁•═════
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
✧═════•❁❀❁•═════✧
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════✧
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════✧
ସିଂହ
: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════✧
କନ୍ୟା
: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
✧═════•❁❀❁•═════✧
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
✧═════•❁❀❁•═════✧
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
✧═════•❁❀❁•═════✧
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════✧
ମକର :
ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════✧
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
*✧═════•❁❀❁•═════
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking