30.1 C
Bhubaneswar
Wednesday, February 11, 2026
Homeଓଡିଶାଓଡ଼ିଶାରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଓଡ଼ିଶାରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ୱର : ପାଣିପାଗ ବିଭାଗର ଆକଳନ ସତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରରେ ଓଡ଼ିଶାରୁ ଫେରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ ଫେରିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗକୁ ବାଘୁଆ ଶୀତ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଛି। ସେହିପରି ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଫେରି ଯାଇଛି। ତେବେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସାଧାରଣତଃ ସେପ୍ଟେମ୍ୱର ଶେଷ ଭାଗରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଥାଏ। ହେଲେ ଏଥର ଅକ୍ଟୋବର ମଧ୍ୟ ଭାଗରେ ମୌସୁମୀ ଫେରୁଛି। ଅର୍ଥାତ ପ୍ରାୟ ୧୫ ଦିନ ବିଳମ୍ୱରରେ ମୌସୁମୀ ଫେରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking