17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଅନଲାଇନରେ ପ୍ରେମିକା ଖୋଜିବା ମହଙ୍ଗା ପଡ଼ିଲା

ଅନଲାଇନରେ ପ୍ରେମିକା ଖୋଜିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସାଇବର ଅପରାଧର ନୂଆ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଅନଲାଇନ ପ୍ଲାଟଫର୍ମ ଜରିଆରେ ପ୍ରେମିକା ଖୋଜିବା ମହଙ୍ଗା ପଡ଼ିଯାଇଛି। ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଏକ ଅନଲାଇନ ଡେଟିଂ ଆପ ଡାଉନଲୋଡ଼ କରି ସେଥିରେ ନିଜ ପାଇଁ ସାଥୀ ଖୋଜିଥିଲେ। ଯେଉଁଥିପାଇଁ ବ୍ୟକ୍ତିଙ୍କୁ ପାଖାପାଖି ୨୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଛି। ଜଣେ ୪୦ବର୍ଷର ଛାଡ଼ପତ୍ର ପାପ୍ତ ବ୍ୟକ୍ତି ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ଏକ ଡେଟିଂ ଆପର ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହି ଆପର ନାମ ୟୁଆର ମାଇ ଲାଇଫ ଥିଲା।

ଏହି ଆପ ମାଧ୍ୟରେ ଚଳିତ ବର୍ଷ ଏପ୍ରିଲ ମାସରେ ବ୍ୟକ୍ତିଙ୍କ ପରିଚୟ ଜଣେ ମହିଳାଙ୍କ ସହିତ ହୋଇଥିଲା। କଥାବାର୍ତ୍ତା ସମୟରେ ମହିଳା ଜଣକ ବ୍ୟକ୍ତିଙ୍କୁ ତାଙ୍କ ଜୀବନଯାତ୍ରା ବିଷୟରେ ଆଲୋଚନା କରିବା ସମୟରେ କହିଥିଲେ ସେ ବି ଜଣେ ଛାଡ଼ପତ୍ର ପ୍ରାପ୍ତ ମହିଳା। ଏପରି ଭାବେ ଦୁହେଁ ଅନେକ ଦିନ କଥାବାର୍ତ୍ତା ହେବାପରେ ବନ୍ଧୁତା ନିବିଡ଼ ହୋଇଯାଇଥିଲା। ଏହାପରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ ଯେ ସାଇବର ଅପରାଧୀ ଥିଲେ ଏକଥା ବ୍ୟକ୍ତି ଜଣକ ଜାଣି ନଥିଲେ। ସେ ଫରଏକ୍ସ ଟ୍ରେଣ୍ଡି ଆପରେ ଭଲ ରୋଜଗାର ହେଉଥିବା କଥା ବ୍ୟକ୍ତିଙ୍କୁ କହିଥିଲେ। ସେ ଏଥିରେ ଟଙ୍କା ବିନିଯୋଗ କରି ଭଲ ରୋଜଗାର କରିଥିବା କହିଥିଲେ। ଏହାପରେ ମହିଳା ଜଣକ ବ୍ୟକ୍ତିଙ୍କୁ ଏକ ଫର୍ମ ବିଷୟରେ କହିଥିଲେ। ମହିଳାଙ୍କ କଥାକୁ ବିଶ୍ବାସ କରି ବ୍ୟକ୍ତି ଜଣକ ଫର୍ମ ପୁରଣ କରି ଅନଲାଇନରେ ଜମା କରିବା ପରେ ତାଙ୍କ ଆକାଉଣ୍ଟରୁ ୨୫ଲକ୍ଷ ଟଙ୍କା ଖାଲି ହୋଇଯାଇଥିଲା। ଏହା ଜାଣିବା ପରେ ବ୍ୟକ୍ତି ଜଣକ ମହିଳାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ପ୍ରକାର ଯୋଗାଯୋଗ ହୋଇପାରି ନଥିଲା। ଶେଷରେ ବ୍ୟକ୍ତି ଜଣକ ବ୍ୟସ୍ତବିବ୍ରତ ହୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking