19.1 C
Bhubaneswar
Friday, February 13, 2026
Homeଓଡିଶାଟାଟା କମ୍ପାନୀର ଖାମଖିଆଲି ପାଇଁ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ଟାଟା କମ୍ପାନୀର ଖାମଖିଆଲି ପାଇଁ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ଯାଜପୁର : ଯାଜପୁର ଜିଲ୍ଳା ର କଳିଙ୍ଗ ନଗର ଷ୍ଟିଲ ହବ ଥିବା ଟାଟା ଷ୍ଟିଲ କାରଖାନା କଳିଙ୍ଗ ନଗର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି. କମ୍ପାନୀ ର ଖାମଖିଆଲି ନୀତି ପାଇଁ ଏକ ନିରୀହ ବିଦେଶୀ କର୍ମଚାରୀ ଙ୍କ ଜୀବନ ଚାଲିଯାଇଛି.ସୂଚନା ମୁତାବକ ସୁଦୂର ପୋଲାଣ୍ଡ ରୁ ଆସିଥିବା 27 ବର୍ଷୀୟ ବିଦେଶୀ ଇଞ୍ଜିନିଅର ଦାମିଆନ କିମାକ ଆଜି ଦିନ 12 ଟା ସମୟରେ ସି ଆର ଏମ ସାଇଟ ର କୋକ ରୁଲିଂ ସାଇଟ ରେ କାର୍ଯ୍ୟ କରୁଥିବା ବେଳେ କମ୍ପାନୀ ର ସୁରକ୍ଷା ଓ ନିରାପତ୍ତା ତ୍ରୁଟି ଯୋଗୁଁ ଆଜି ତାଙ୍କ ନିରୀହ ଜୀବନ ଚାଲିଯାଇଛି.ଯଦି ଜଣେ କର୍ମଚାରୀ 20ରୁ 30ମିଟର ଉଚ୍ଚତା ରେ କାର୍ଯ୍ୟ କରେ ତେବେ ତାର ସୁରକ୍ଷା ଓ ନିରାପତ୍ତା ଉପରେ କମ୍ପାନୀ କେତେ ସଚେତନ ତାହା ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଥାଏ. କିନ୍ତୁ ଏହି ମୂର୍ତ ବ୍ୟକ୍ତି ଙ୍କ ଶରୀର ମେଡିକାଲ ପାଖରେ ପହଁଚିଲା ବେଳକୁ ନା ତାଙ୍କ ମୁଣ୍ଡରେ ଥିଲା ହେଲମେଣ୍ଟ ନା ଥିଲା ଶରୀର ରେ ସେପଟି ବେଲ୍ଟ. ଯଦି ମୁଣ୍ଡରେ ହେଲମେଣ୍ଟ ଥିଲା ତେବେ ମୁଣ୍ଡ ରେ ଆଘାତ ହେଲା କିପରି.ଏହା ତଦନ୍ତ ସାପକ୍ଷ୍ୟ.

ଏଥିରୁ ସ୍ପଷ୍ଟ ବାରିହେଉଛି ଯେ କମ୍ପାନୀ କର୍ମଚାରୀ ଙ୍କ ସୁରକ୍ଷା ପ୍ରତି କେତେ ଯତ୍ନବାନ.କମ୍ପାନୀ ଯଦି ସୁରକ୍ଷା ପ୍ରତି ଯତ୍ନବାନ ହୋଇଥାନ୍ତା ତେବେ ହୁଏତ ନିରୀହ ଜୀବନ ଟି ବଞ୍ଚିଯାଇପାରିଥାନ୍ତା. ନିରୀହ ଶ୍ରମିକ ଓ କର୍ମଚାରୀ ଙ୍କ ଜୀବନ ସହିତ ବାଜିଲଗାଉଛି ଏହି ଟାଟା କମ୍ପାନୀ. ଯଦି ଏହି ସମ୍ବେଦନ ଶିଳ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ହୁଏ ତେବେ ସତ ସାମ୍ନା କୁ ଆସିବ ବୋଲି ସାଧାରଣ ରେ ଦାବି ହେଉଛି. ଆଜି ଯେଭଳି ଏକ ନିରୀହ ସୁଦୂର ବିଦେଶୀ କର୍ମଚାରୀ ଙ୍କ ଜୀବନ ଚାଲିଗଲା ଏଭଳି ଭୁଲ ର ପୁନରାବୃତ୍ତି କିଭଳି ଆଗକୁ ନ ହେବ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହେଉଛି. ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ମୂର୍ତ ଶରୀର କୁ ସାଇଣ୍ଟିଫିକ ଟିମ ଦ୍ଵାରା ତଦନ୍ତ କରାଯିବା ନେଇ ଟାଟା ମେଡିକା ହସ୍ପିଟାଲ ର ଶବଦାହ ଗୃହ ରେ ଗଛିତ କରି ରଖାଯାଇଅଛି. କଳିଙ୍ଗ ନଗର ପୁଲିସ ଏହି ଘଟଣା କୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି କେଶ ନମ୍ବର 28/2024 ରେ ଏକ ଅପମୃତୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଅଛି.ପୁଲିସ ତଦନ୍ତ ନ କରି କିଭଳି ଏକ ଅପମୃତୁ ମାମଲା ରୁଜୁକରି ତଦନ୍ତ ଚଳାଇଅଛି ତାହାର ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ସାଧାରଣ ରେ ଦାବି ହେଉଛି.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking