30.1 C
Bhubaneswar
Tuesday, February 10, 2026
Homeଖେଳବାଭୁମାଙ୍କ ସ୍ଥାନରେ ମାର୍କରମ୍ କ୍ୟାପ୍‌ଟେନ୍

ବାଭୁମାଙ୍କ ସ୍ଥାନରେ ମାର୍କରମ୍ କ୍ୟାପ୍‌ଟେନ୍

ଜୋହାନ୍ସବର୍ଗ: ଚଳିତ ମାସରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଆହତ ଟେମ୍ବା ବାଭୁମାଙ୍କ ସ୍ଥାନରେ ଆଇଦେନ୍ ମାର୍କରମ୍‌ଙ୍କୁ ସାଉଥ୍ ଆଫ୍ରିକା ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ଶୁକ୍ରବାର କ୍ରିକେଟ୍ ସାଉଥ୍ ଆଫ୍ରିକା ଏହା କହିଛନ୍ତି। ୩୪ ବର୍ଷୀୟ ବାଭୁମା ଗତ ସପ୍ତାହରେ ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଅବସରରେ ଆହତ ହେବା ଫଳରେ ପ୍ରଥମ ଟେଷ୍ଟ୍‌ରୁ ବାଦ୍ ପଡ଼ିଥିଲେ। ତେବେ ସେ ସ୍କ୍ୱାଡ୍ ସହ ଢାକା ଗସ୍ତ କରିବାରେ ଏବଂ ସାଉଥ୍ ଆଫ୍ରିକା ମେଡିକାଲ୍ ଟିମ୍ ଦ୍ୱାରା ଚିକିତ୍ସିତ ହେବା ସହିତ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଚଳାଇବେ। ସେହିପରି ବାଭୁମାଙ୍କ କଭର୍ ଭାବେ ଡେୱାଲ୍ସ ବ୍ରେଭିସ୍‌ଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଏହା ୨୧ ବର୍ଷୀୟ ବ୍ରେଭିସ୍‌ଙ୍କ ଟେଷ୍ଟ ଟିମ୍‌ରେ ପ୍ରଥମ ସୁଯୋଗ। ଏହା ବ୍ୟତୀତ ଆହତ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ନାନ୍ଦ୍ରେ ବର୍ଗର୍‌ଙ୍କ ବଦଳ ଖେଳାଳି ଭାବେ ଫାଷ୍ଟ୍ ବୋଲର୍ ଲୁଙ୍ଗି ଏନ୍‌ଗିଡିଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ସାଉଥ୍ ଆଫ୍ରିକା ସ୍କ୍ୱାଡ୍‌: ଟେମ୍ବା ବାଭୁମା (କ୍ୟାପ୍‌ଟେନ୍‌), ଡେଭିଡ୍ ବେଡିଙ୍ଗ୍‌ହାମ୍‌, ମାଥ୍ୟୁ ବ୍ରିଟ୍‌ଜ୍‌କେ, ଡେୱାଲ୍ଡ ବ୍ରେଭିସ୍‌, ଟୋନି ଡି ଜୋର୍‌ଜି, କେଶବ ମହାରାଜ, ଆଇଦେନ୍ ମାର୍କରମ୍‌, ୱିଆନ୍ ମୁଲ୍ଡର୍‌, ସେନୁରାନ୍ ମୁଥୁସାମୀ, ଲୁଙ୍ଗୁ ଏନ୍‌ଗିଡି, ଡାନ୍ ପିଟରସନ୍‌, ଡାନ୍ ପିଏଡ୍‌ଟ, କାଗିସୋ ରବାଠା, ଟ୍ରିଷ୍ଟାନ୍ ଷ୍ଟବ୍ସ, ରିଆନ୍ ରିକେଲ୍‌ଟସଡ଼, କାଇଲ୍ ଭେରେନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking