32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶ୩.୧ କୋଟି ଷ୍ଟାର ହେଲଥ ବ୍ୟବହାରିଙ୍କ ତଥ୍ୟ ଲିକ୍‌

୩.୧ କୋଟି ଷ୍ଟାର ହେଲଥ ବ୍ୟବହାରିଙ୍କ ତଥ୍ୟ ଲିକ୍‌

ନୂଆଦିଲ୍ଲୀ: ଷ୍ଟାର ହେଲଥ ଇନ୍ସ୍ୟୁରାନ୍ସ ବ୍ୟବହାରିଙ୍କ ବହୁ ତଥ୍ୟ ଲିକ ହୋଇଛି । ଦୁଇ ସପ୍ତାହ ପୂର୍ବେ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଟେଲିଗ୍ରାମ ଡାଟା ଉଲଘଂନ ମାମଲାରେ ହ୍ୟାକରଙ୍କ ବିରୋଧରେ ଏକ ମାମଲା ହୋଇଥିଲା । ବୁଧୁବାର ଦିନ ହଠାତ୍ ଏକ ୱେବ ସାଇଟ ସାମ୍ନାରେ ଆସିଲା । ଯାହାକି ଷ୍ଟାର ହେଲଥ ର ୩.୧ କୋଟି କୋରଡ ବ୍ୟବହାରୀଙ୍କ ତଥ୍ୟ ବିକ୍ରି କରୁଛି । ଏହି ୱେବ୍ ସାଇଟରେ୩.୧ କୋଟି ଷ୍ଟାର ହେଲଥର ବ୍ୟବହାରୀଙ୍କ ତଥ୍ୟ ୧୫୦,୦୦୦ ଡଲାରରେ ବିକ୍ରି କରୁଛି । ଙ୍ଘରଦ୍ଭଚ୍ଛରଦ୍ଭ ନାମକ ହ୍ୟାକର ତିଆରି କରିଛି ଏହି ୱେବ୍ ସାଇଟ୍ । ୱେବ୍ ସାଇଟ୍ କହିଛି କି ସେମାନଙ୍କ ପାଖରେ ୩୧,୨୧୬,୯୫୩ ଜଣଙ୍କ ତଥ୍ୟ ଅଛି । ଏହି ତଥ୍ୟ ଅନୁସାରେ ବ୍ୟବହାରୀଙ୍କ ସମ୍ବେଦନଶୀଳ ତଥ୍ୟ ରହିଛି । ଏଥିରେ ବ୍ୟବହାରକାରୀଙ୍କ ପାନକାର୍ଡ ବିବରଣୀ ସହ ବ୍ୟବହାରୀ କାରୀଙ୍କ ବ୍ୟକ୍ତିଗତ ସୂଚନା ଅଛି । ଯାହାକି ଏ ସମସ୍ତ ତଥ୍ୟ ବିକ୍ରି ପାଇଁ ଉପଲବ୍ଧ ଅଛି । ହ୍ୟାକର୍ ଏହି ତଥ୍ୟ ସମ୍ପର୍କରେ ଗଭୀର ଆରୋପ ଲଗାଇଛି । ହ୍ୟାକର ନିଜ ୱେବ୍ ସାଇଟରେ ଲେଖିଛି କି ଷ୍ଟାର ହେଲଥ ଇଣ୍ଡିଆର ସମସ୍ତଉପଭୋକ୍ତାଙ୍କର ଇନ୍ ସୁରାନ୍ସ ର ସମସ୍ତ ତଥ୍ୟ ଲିକ୍ କରୁଛି । ଏହି ଲିକ୍ ଷ୍ଟାର ହେଲଥ ଓ ଏହା ସହ ଜଡ଼ିତ ଥିବା ଇନ୍ ସୁରା ନ୍ସ କମ୍ପାନୀ ଦ୍ୱାରା ପ୍ରୟୋଜିତ ହୋଇଛି । ଯିଏ କି ଏହି ତଥ୍ୟ ସବୁ ମୋତେ ବିକ୍ରି କରିଛନ୍ତି ।

ଆପଣ ତଳେ ଦିଆଯାଇଥିବା ଟେଲିଗ୍ରାମ ବୋଟ ମାଧ୍ୟମରେ ଏହି ତଥ୍ୟର ଅଥନସିଟିକୁ ଚେକ୍ କରିପାରିବେ । ଏପର୍ଯ୍ୟନ୍ତ ଏବିଷୟରେ ସ୍ପଷ୍ଟ ହୋଇ ନାହିଁ କି ଏହି ୱେବ୍ ସାଇଟ୍ ସେହି ୟାକର୍ ସୃଷ୍ଟି କରିଛି । ଯାହା ବିରୋଧରେ କମ୍ପାନୀ କେସ ଫାଇଲ କରିଛି କିମ୍ବା ଅନ୍ୟ କେହି । ଏହାପରେ ସେମାନେ ଡ଼ିଲର ସର୍ତ୍ତ ଗୁଡ଼ିକ ବଦଳିବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ୫୦୦ ଲୋକଙ୍କ ନମୁନା ଦିଆଯାଇଛି । ଉଭୟ ଭିଡ଼ିଓ ଓ ତଥ୍ୟ ରହିଛି ବୋଲି ହ୍ୟାକର ଦାବି କରିଛି । ଏହା ସହ ଷ୍ଟାର ହେଲଥ ର ଏକ ଅଧିକାରୀଙ୍କ ଏକ ଇମେଲ୍ ଅଛି । ହ୍ୟାକର ଏ ସମସ୍ତ ଡାଟା ବିକ୍ରି କରୁଛି । ଏ ସମସ୍ତ ତଥ୍ୟ ୨୦୨୪ ଜୁଲାଇର ତଥ୍ୟ ଅଟେ । ଯାହାକି ହ୍ୟାକର ନିଜ ୱେବ୍ ସାଇଟରେ ବିକ୍ରି କରୁଛି । ସେମାନେ ଏହାର ମୂଲ୍ୟ ହିସାବରେ ୧.୫ ଲକ୍ଷ ଡଲାର ରଖିଛନ୍ତି । ଯାହାକି ୧୦ ହଜାର ଡ଼ଲାର ରେ ଏକ ଲକ୍ଷ ଲୋକଙ୍କ ର ତଥ୍ୟ ବିକ୍ରି କରିବାକୁ ଯାଉଛନ୍ତି ତଥ୍ୟର କ୍ରେଡିବିଲିଟି ପାଇଁ ପ୍ରାୟ ୫୦୦ ଲୋକଙ୍କ ତଥ୍ୟ ସାମ୍ପୁଲରେ ଦିଆ ଯାଇଛି । ଏହା ମଧ୍ୟରେ ୧୨ ରୁ ଅଧିକ ଭାରତର ସରକାରୀ ଅଧିକାରୀଙ୍କ ନାମରେ ସାମିଲ ରହିଛି । ଏହି ତଥ୍ୟ ସମ୍ପର୍କରେ ଇ ମେଲ୍ ରୁ ଆରମ୍ଭ କରି ଘରର ଠିକଣା ପଲିସି ର ସମସ୍ତ ତଥ୍ୟ ଏହା ସହ ମୋବାଇଲ୍ ନମ୍ବର୍ ସହ ସମସ୍ତ ତଥ୍ୟ ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking