32.1 C
Bhubaneswar
Wednesday, October 16, 2024
Homeଓଡିଶାହଟହଟା ହେଲେ ଡେଲାଙ୍ଗ ପୋଲିସ

ହଟହଟା ହେଲେ ଡେଲାଙ୍ଗ ପୋଲିସ

ଡେଲାଙ୍ଗ : ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା । ଯାଜପୁର ଜିଲ୍ଲା ବଡ଼ଚଣାରୁ ଏହି ଖବର ଆସିଛି । ପୁରୀ ଜିଲ୍ଲା ଡେଲାଙ୍ଗରୁ କିଛି ଦିନ ତଳେ ଜଣେ ନାବାଳିକା ଅପହରଣ ହୋଇଥିଲା ।

ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଡେଲାଙ୍ଗ ଥାନା ପୋଲିସ । ତେବେ ବଡ଼ଚଣାରେ ପୋଲିସକୁ ଆକ୍ରମଣ କରାଯାଇଛି । ଏଥିରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ପୋଲିସ ଆହତ ହୋଇଛନ୍ତି । ବଡ଼ଚଣା ଥାନାର ୩ ଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ବଡ଼ଚଣା ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking