19.1 C
Bhubaneswar
Thursday, February 12, 2026
Homeଅପରାଧଫୋନରେ ଆବଶ୍ୟକ ଠାରୁ ଅଧିକ କଥା ହେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଫୋନରେ ଆବଶ୍ୟକ ଠାରୁ ଅଧିକ କଥା ହେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଲକ୍ଷ୍ନୌ:ଉତ୍ତରପ୍ରଦେଶର କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟବସାୟୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କାନପୁର ଦେହାତରେ ବସବାସ କରୁଥିବା ରାଜୁଲ ନିଜର ଝିଅ ପୂଜା ଦୀକ୍ଷିତଙ୍କ ବିବାହ ୨୦୧୧ ମସିହାରେ କାନପୁରର ଗୁଜେନିରେ ରହୁଥିବା ବ୍ୟବସାୟୀ ହରିଶଙ୍କରଙ୍କ ସହିତ କରାଇଥିଲେ। ଗତ ସୋମବାର ରାତିରେ ହରିଶଙ୍କର ପଥରରେ ପିଟିପିଟି ପୂଜାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଝିଅ ପୂଜାର ବାପା ରାଜୁଲଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାଜୁଲ କହିଛନ୍ତି, ‘ମୋ ଝିଅକୁ ତାର ଶାଶୁଘର ଲୋକ ହତ୍ୟା କରିବା ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ମୋତେ ଫୋନ କରି ପୂଜା ଅସୁସ୍ଥ ଥିବାର ଖବର ଦେଇଥିଲେ।

ମୁଁ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଝିଅର ଶାଶୁଘର ଲୋକ କେହି ନଥିଲେ। ମୁଁ ରିସେପସନରେ ମୋର ଝିଅର ନାମ କହିବାରୁ ସେମାନେ ପୂଜାର ମୃତ୍ୟୁ ହୋଇଥିବାଝ ଖବର ଦେଇଥିଲେ। ଯାହାକୁ ଶୁଣି ମୋର ପାଦ ତଳୁ ମାଟି ଖସି ଯାଇଥିଲା। ମୁଁ ଏ ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରି ହରିଶଙ୍କରଙ୍କୁ ଗିରଫ କରି ପଚରା ଉଚରା କରିଥିଲେ। ଏହି ସମୟରେ ହରିଶଙ୍କର କହିଥିଲେ, ‘ପୂଜା ଫୋନରେ ଆବଶ୍ୟକ ଠାରୁ ଅଧିକ କଥା ହେଉଥିଲେ। ଯାହାକୁ ମୁଁ ଅନେକ ବାରଣ କରି ଆସିଛି। ସେ କିନ୍ତୁ ମୋର କେ?ଣସି କଥା ଶୁଣି ନଥିଲେ। ଏମିତି କି ?ରୋଷେଇ ନକରି ବି ସେ ଫୋନରେ ବ୍ୟସ୍ତ ରହୁଥିଲେ। ଯେଉଁ କାରଣରୁ ଆମ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ତେଣୁ ମୁଁ ରାଗରେ ପୂଜାଙ୍କୁ ହତ୍ୟା କରି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking