29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଏନ୍‌ସିକୁ ୪ ସ୍ୱାଧୀନ ବିଧାୟକଙ୍କ ସମର୍ଥନ; ମ୍ୟାଜିକ୍ ସଂଖ୍ୟା ଛୁଇଁଲା ଓମାରଙ୍କ ଦଳ

ଏନ୍‌ସିକୁ ୪ ସ୍ୱାଧୀନ ବିଧାୟକଙ୍କ ସମର୍ଥନ; ମ୍ୟାଜିକ୍ ସଂଖ୍ୟା ଛୁଇଁଲା ଓମାରଙ୍କ ଦଳ

ଶ୍ରୀନଗର: ଜମ୍ମୁ କାଶ୍ମୀର ନିର୍ବାଚନରେ କଂଗ୍ରେସ-ଏନ୍‌ସି (ନ୍ୟାସନାଲ କନଫରେନ୍ସ) ମେଣ୍ଟ ବହୁମତ ହାସଲ କରିବା ପୂର୍ବକ ଏବେ ସରକାର ଗଠନ କରିବାକୁ ଯାଉଛି। ଗତ ୧୦ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଞ୍ଚଳିକ ଦଳ ଏନ୍‌ସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଯାଇଛି। ତେବେ ଏସବୁ ମଧ୍ୟରେ ଏନ୍‌ସି ପାଇଁ ଆଉ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ପ୍ୟାରେଲାଲ୍ ଶର୍ମା, ସତୀଶ ଶର୍ମା, ଚୌଧୁରୀ ମହମ୍ମଦ ଆକ୍ରମ ଏବଂ ଡ. ରାମେଶ୍ୱର ସିଂହ ପ୍ରମୁଖ ୪ ସ୍ୱାଧୀନ ବିଧାୟକ ଏବେ ଏନ୍‌ସିକୁ ସମର୍ଥନ ଦେବାନେଇ ଘୋଷଣା କରିଛନ୍ତି। ଏହି ୪ ସ୍ୱାଧୀନ ବିଧାୟକ ଇନ୍ଦରୱାଲ, ଛାମ୍ବ, ସୁରାନ୍‌କୋଟେ ଏବଂ ବାନୀ ଆସନରୁ ନିର୍ବାଚିତ ହୋଇଛନ୍ତି। ମୋଟାମୋଟି ଏହି ୪ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସହ ଏନ୍‌ସିର ଶକ୍ତି ଏବେ ବହୁଗୁଣିତ ହୋଇଯାଇଛି। କେବଳ ସେତିକି ନୁହେଁ ଜମ୍ମୁ କାଶ୍ମୀରରେ ନୂଆକରି ଗଠନ ହେବାକୁ ଥିବା ସରକାରରେ ମଧ୍ୟ ଏନ୍‌ସି ଏବେ ବଡ଼ ଭାଇର ଭୂମିକା ତୁଲାଇବ, ଯେତେବେଳେ କି କଂଗ୍ରେସ ସାନଭାଇର କର୍ତ୍ତବ୍ୟ ନିର୍ବାହ କରିବାକୁ ବାଧ୍ୟହେବ।

ମଙ୍ଗଳବାର ସାମ୍ନାକୁ ଆସିଥିବା ୯୦ ଆସନ ବିଶିଷ୍ଟ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଅନୁସାରେ ଏନ୍‌ସି ମୋଟ୍ ୪୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଏବେ ଯେତେବେଳେ ୪ ସ୍ୱାଧୀନ ବିଧାୟକ ଏନ୍‌ସିକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି ସେତେବେଳେ ଏନ୍‌ସିର ମୋଟ୍ ସମର୍ôଥତ ବିଧାୟକଙ୍କ ସଖ୍ୟା ୪୬କୁ ବୃଦ୍ଧି ପାଇଛି, ଯାହାକି ସରକାର ଗଠନ କରିବା ପାଇଁ ଯଥେଷ୍ଟ। ଅନ୍ୟପକ୍ଷେ ଏଥିରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ବିଧାୟକଙ୍କୁ ସାମିଲ କରାଯାଇନାହିଁ। ଏହାର ସିଧାସଳଖ ଅର୍ଥ ହେଉଛି, ଏନ୍‌ସିକୁ ଏବେ ଜମ୍ମୁ କାଶ୍ମୀରରେ ସରକାର ଗଠନ କରିବା ପାଇଁ କଂଗ୍ରେସ ସମର୍ଥନର ଆବଶ୍ୟକତା ନାହିଁ। ଅନ୍ୟପକ୍ଷେ ବିଜେପି ଜମ୍ମୁ ପ୍ରାନ୍ତରୁ ମୋଟ୍ ୨୯ଟି ଆସନ ଜିତିବାରେ ସଫଳ ହୋଇଥିବା ବେଳେ ୩ ବିଜୟୀ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ପାଇଁ ନିଜ ସଂଖ୍ୟାକୁ ୩୨ରେ ପହଞ୍ଚାଇପାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking