28.1 C
Bhubaneswar
Monday, December 15, 2025
Homeଖେଳଶ୍ରୀଲଙ୍କା ଟି-୨୦ ଟିମ୍‌ରେ ରାଜପାକ୍ଷା ଓ ଭାଣ୍ଡରସେ

ଶ୍ରୀଲଙ୍କା ଟି-୨୦ ଟିମ୍‌ରେ ରାଜପାକ୍ଷା ଓ ଭାଣ୍ଡରସେ

କଲମ୍ବୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ହାର୍ଡ ହିଟିଂ ବ୍ୟାଟର୍ ଭାନୁକା ରାଜପାକ୍ଷା ଏବଂ ଲେଗ୍ ସ୍ପିନର୍ ଜେଫ୍ରି ଭାଣ୍ଡରସେଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସିପିଏଲ୍‌ରେ ଜୋରଦାର ପ୍ରଦର୍ଶନ ଫଳରେ ୩୨ ବର୍ଷୀୟ ରାଜପାକ୍ଷାଙ୍କୁ ପ୍ରାୟ ଦେଢ଼ବର୍ଷ ପରେ ଟିମ୍‌ରେ ସୁଯୋଗ ମିଳିଛି। ସେ ୨୦୨୩ ଜାନୁଆରୀରେ ଶେଷଥର ପାଇଁ ଏହି ଫର୍ମାଟ୍‌ରେ ଖେଳିଥିଲେ ଏବଂ ଫିଟ୍‌ନେସ୍ କାରଣରୁ ଟିମ୍‌ରୁ ବାହାରେ ରହିଥିଲେ। ସେହିପରି ୨୦୨୨ରୁ ଟିମ୍ ବାହାରେ ରହିଥିବା ୩୪ ବର୍ଷୀୟ ଭାଣ୍ଡରସେଙ୍କୁ ଭାରତ ବିପକ୍ଷ ଦିନିକିଆ ପ୍ରଦର୍ଶନ ଆଧାରରେ ଟିମ୍‌ରେ ସାମିଲ କରାଯାଇଛି। ତେବେ ପୂର୍ବତନ କ୍ୟାପ୍‌ଟେନ୍ ଡାସୁନ୍ ଶନକା, ଦିଲ୍‌ଦାନ୍ ମଧୁଶଙ୍କା ଏବଂ ଦୁଷ୍ମନ୍ତ ଚାମିରାଙ୍କୁ ଟିମ୍‌ରେ ସାମିଲ କରାଯାଇ ନାହିଁ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଅକ୍ଟୋବର ୧୩, ୧୫ ଏବଂ ୧୭ ତାରିଖରେ ଦାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ।
ଶ୍ରୀଲଙ୍କା ସ୍କ୍ୱାଡ୍‌: ଚରିଥ୍ ଅସଲଙ୍କା (କ୍ୟାପ୍‌ଟେନ୍‌), ପାଥୁମ୍ ନିଶାଙ୍କା, କୁଶଳ ମେଣ୍ଡିସ୍‌, କୁଶଳ ପରେରା, କାମିନ୍ଦୁ ମେଣ୍ଡିସ୍‌, ଦିନେଶ ଚାଣ୍ଡିମଲ୍‌, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକ୍ଷା, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷ୍‌ଣା, ଦୁନିତ୍ ୱେଲାଲାଗେ, ଜେଫ୍ରି ଭାଣ୍ଡରସେ୍‌, ଚାମିନ୍ଦୁ ୱିକ୍ରମସିଂଘେ, ନୁୱନ୍ ତୁଷାରା, ମଥିଶା ପାଥିରନା, ବିନୁରା ଫର୍ଣ୍ଣାଣ୍ଡୋ, ଅସିଥା ଫର୍ଣ୍ଣାଣ୍ଡୋ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking