19.1 C
Bhubaneswar
Wednesday, February 11, 2026
Homeଓଡିଶାଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ସମ୍ମାନଜନକ ଆଇସିସି ବିଜିନେସ୍ ଏକ୍ସଲେନ୍ସ ଇନ୍ ସଷ୍ଟେନେବିଲିଟି ଆୱାର୍ଡ

ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ସମ୍ମାନଜନକ ଆଇସିସି ବିଜିନେସ୍ ଏକ୍ସଲେନ୍ସ ଇନ୍ ସଷ୍ଟେନେବିଲିଟି ଆୱାର୍ଡ

ଭୁବନେଶ୍ଵର: ଅକ୍ଟୋବର ୮ରେ ନୂଆଦିଲ୍ଲୀଠାରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଦ୍ବିତୀୟ ବାର୍ଷିକ ସିମ୍ପୋଜିୟମ୍ ଆଣ୍ଡ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୪ କାର୍ଯ୍ୟକ୍ରମରେ ଉତ୍ପାଦନ ବର୍ଗରେ ବିଜନେସ୍ ଏକ୍ସଲେନ୍ସ ଇନ୍ ସଷ୍ଟେନେବିଲିଟି ଆୱାର୍ଡର ଶୀର୍ଷ ସମ୍ମାନ ହାସଲ କରି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ପୁଣି ଥରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କ୍ଷେତ୍ରରେ ନିଜର ନେତୃତ୍ବ ପ୍ରଦର୍ଶନ କରିଛି । ଏହି ସମ୍ମାନଜନକ ପୁରସ୍କାର ସମଗ୍ର ଭାରତରେ ସାମାଜିକ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସାମଗ୍ରିକ ଗୋଷ୍ଠୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ମାଧ୍ୟମରେ ଜେଏସପିର ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରିଛି ।

ଭାରତରେ ଅବସ୍ଥାପିତ ଇଥିଓପିଆର ରାଷ୍ଟ୍ରଦୂତ ମହାମହିମ ଦି ବିଜୁନେଶ ମେସର୍ଟ ଟେଗେନେ ଏହି ସମ୍ମାନଜନକ ପୁରସ୍କାରକୁ ଜେଏସପିକୁ ପ୍ରଦାନ କରିଥିଲେ । ଜେଏସପିର ଅଧ୍ୟକ୍ଷ ତଥା ତୃତୀୟ ଥର ସାଂସଦ (କୁରୁକ୍ଷେତ୍ର) ଶ୍ରୀ ନବୀନ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ପରିବେଶ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଜେଏସପିର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଏହି ସମ୍ମାନ ମାନ୍ୟତା ପ୍ରଦାନ କରିଛି । ରାଷ୍ଟ୍ର ନିର୍ମାଣ ଏବଂ ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟରେ ଜେଏସପିର ସାମାଜିକ ପଦକ୍ଷେପ ଗୁଡିକ ଜାତିସଂଘର ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ମଧ୍ୟରୁ ୧୬ଟି ସହିତ ସମନ୍ୱିତ ହୋଇଛି । ନିରନ୍ତର ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ଯା ଗୁଡ଼ିକର ସମାଧାନ କ୍ଷେତ୍ରରେ ସହାୟତା କରୁଥିବା ଜେଏସପିର ସିଏସଆର କାର୍ଯ୍ୟ ପାଇଁ ପୁରସ୍କାର ଜୁରି ପ୍ରଶଂସା କରିଥିଲେ।

ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ସମ୍ମାନଜନକ ପୁରସ୍କାର ପାଇଁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, “ଅବହେଳିତ ସମ୍ପ୍ରଦାୟର ଉନ୍ନତି ଏବଂ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ନିର୍ମାଣ କରିବା ପାଇଁ ଆମର ସମର୍ପଣକୁ ସ୍ୱୀକୃତି ପ୍ରଦାନ କରୁଥିବା ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ଅତ୍ୟନ୍ତ ଗୌରବାନ୍ଵିତ । ଜିନ୍ଦଲ ଫାଉଣ୍ଡେସନରେ ଆମେ ସମାଜିକ ଆହ୍ୱାନର ମୁକାବିଲା କରିବା ପାଇଁ ସହଯୋଗ ଏବଂ ସହାନୁଭୂତିର ଶକ୍ତିରେ ବିଶ୍ୱାସ କରୁ । ଏହି ପୁରସ୍କାର ଆମର କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବାକୁ ପ୍ରେରଣା ଦେବ ।” ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏହାର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଜରିଆରେ ଗତ ଏକ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୧୪ ନିୟୁତରୁ ଅଧିକ ଲୋକ ଲାଭାନ୍ଵିତ ହୋଇଛନ୍ତି। ଜେଏସପି ପକ୍ଷରୁ ଏହାର ଜେନେରାଲ ମ୍ୟାନେଜର (ସିଏସଆର) ରୋଚକ ଭରଦ୍ୱାଜ ଏହି ପୁରସ୍କାର ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking