32.1 C
Bhubaneswar
Wednesday, October 16, 2024
Homeଖେଳବାଂଲାଦେଶକୁ ୮୬ ରନ୍‌ରେ ହରାଇଲା ଭାରତ, କବ୍‌ଜା କଲା ସିରିଜ୍‌

ବାଂଲାଦେଶକୁ ୮୬ ରନ୍‌ରେ ହରାଇଲା ଭାରତ, କବ୍‌ଜା କଲା ସିରିଜ୍‌

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ୍‌ ଧମାକାଦାର ପ୍ରଦର୍ଶନ କରିଛି । ବୁଧବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ୮୬ ରନ୍‌ରେ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଏହା ସହ ଘରୋଇ ମୈଦାନରେ ଭାରତ ଲଗାତାର ୭ଟି ଟି-୨୦ ସିରିଜ୍‌ ନିଜ ନାଁରେ କରିଛି । ଭାରତୀୟ ଟିମ୍‌ ପ୍ରଥମ ବ୍ୟାଟିଂ କରି ନୀତିଶ କୁମାର ରେଡ୍ଡୀ ଏବଂ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୨୨୧ ରନ୍‌ କରିଥିଲା । ଏହାର ଜବାବରେ ବାଂଲାଦେଶ ଟିମ୍‌ ମାତ୍ର ୧୩୫ ରନ୍‌ କରିବାରେ ସକ୍ଷମ ହୋଇଛି । ବାଂଲାଦେଶ ଲାଗି ମହମୁଦଲ୍ଲାହ ରିୟାଦ ସବୁଠୁ ଅଧିକ ୪୧ ରନ୍‌ କରିଛନ୍ତି । ସେପଟେ ଭାରତ ପାଇଁ ୭୪ ରନ୍‌ କରିଥିବା ନୀତିଶ ରେଡ୍ଡୀ ଦୁଇଟି ଓ୍ବିକେଟ ମଧ୍ୟ ନେଇଛନ୍ତି । ଖାସ କଥା ହେଉଛି ଭାରତର ୭ ଜଣ ବୋଲର ବୋଲିଂ କରିଥିବା ବେଳେ ସମସ୍ତଙ୍କୁ ସଫଳତା ମିଳିଛି ।

ବାଂଲାଦେଶ ବିପକ୍ଷ ୩ ଦିବସୀୟ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ବଡ଼ ସ୍କୋର କରିଥିଲା । ମ୍ୟାଚରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନ କରିଥିଲା । ସିରିଜ୍ ବରାବର ପାଇଁ ବାଂଲାଦେଶ ସମ୍ମୁଖରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ନୀତିଶ ରେଡ୍ଡୀ ଟି-୨୦ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ୩୪ ବଲରୁ ୭୪ ରନ ଓ ରିଙ୍କୁ ସିଂହ ୫୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୨ ରନ କରିଥିଲେ । ମ୍ୟାଚରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନର ସଞ୍ଜୁ ସାମସନ(୧୦) ଓ ଅଭିଷେକ ଶର୍ମା(୧୫)ରନ କରି ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୮) ଆଜି ବିଫଳ ହୋଇଥିଲେ ।

୪୧ ରନରେ ୩ ଓ୍ଵିକେଟ୍ ହରାଇଥିଲା ଭାରତ । ଏହା ପରେ ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟର ୧୦୮ ରନର ଶତକୀୟ ଇନିଂସ ଯୋଡ଼ିଥିଲେ । ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ଦଳ ପାଇଁ ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲେ । ଭାରତ ଶେଷ ଆଡ଼କୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଶେଷ ୨ ଓଭରରେ ୪ ଓ୍ଵିକେଟ୍ ହରାଇଥିଲା। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନର ବିଶାଳ ସ୍କୋର କରିଥିଲା । ସେପଟେ ବାଂଲାଦେଶର ରିଶାଦ ହୋସେନ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ସେହିଭଳି ତାସକିନ ଅହମ୍ମଦ, ତାଞ୍ଜିମ ହାସନ ସାକିବ ଏବଂ ମୁସ୍ତାଫିଜୁର ରେହମାନ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking