19.1 C
Bhubaneswar
Thursday, February 12, 2026
Homeଓଡିଶାପୋଖରୀରେ ବୁଡିଗଲେ ଦୁଇ ଭଉଣୀ

ପୋଖରୀରେ ବୁଡିଗଲେ ଦୁଇ ଭଉଣୀ

ବାଲେଶ୍ବର : ସୋର ଥାନା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଦୁଇ ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସେମାନେ ହେଲେ ଏହି ଗ୍ରାମର ମାନସ ବେହେରାଙ୍କ ଦୁଇ ଝିଅ ରାଜଲକ୍ଷ୍ମୀ ବେହେରା(୧୬) ଓ ଭାଗ୍ୟଲକ୍ଷ୍ମୀ ବେହେରା (୧୪)। ରାଜଲକ୍ଷ୍ମୀ ଦଶମ ଶ୍ରେଣୀରେ ଓ ଭାଗ୍ୟଲକ୍ଷ୍ମୀ ଅଷ୍ଟମ ଶ୍ରେଣୀରେ ନିକଟସ୍ଥ ଖରାସହାପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ତାଙ୍କ ମା ରୋଷେଇ କରୁଥିବା ବେଳେ ଦୁଇ ଭଉଣୀ ସାଙ୍ଗ ହୋଇ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। ଦୀର୍ଘ ସମୟ ପରେ ରୋଷେଇ ସାରି ତାଙ୍କ ମା ଖୋଜାଖୋଜି କରିଥିଲେ। ପୋଖରୀ ହୁଡାରେ ଉଭୟଙ୍କ ଜୋତା ଦେଖି ପରିବାର ଲୋକେ ତାଙ୍କୁ ପୋଖରୀରେ ଖୋଜିବା ସହିତ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking