30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଓଲଟି ପଡିଲା ତୀର୍ଥଯାତ୍ରୀ ବସ ; ୪ ମୃତ

ଓଲଟି ପଡିଲା ତୀର୍ଥଯାତ୍ରୀ ବସ ; ୪ ମୃତ

ଗୁଜୁରାଟ : ଓଲଟି ପଡିଲା ତୀର୍ଥଯାତ୍ରୀ ବସ । ଫଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁଜରାଟର ଦନ୍ତା ନିକଟସ୍ତ ତ୍ରିଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏକ ଘରୋଇ ବସ୍ ବଣାସକଣ୍ଠ ଅଞ୍ଚଳର କିଛି ଯାତ୍ରୀଙ୍କୁ ନେଇ ଅମ୍ବାଜୀ ମନ୍ଦିର ଅଭିମୁଖେ ଯାଉଥିଲା। ଏମାନେ ସମସ୍ତେ ଅମ୍ବାଜୀ ମନ୍ଦିର ପରିଦର୍ଶନ ପାଇଁ ଯାଉଥିଲେ। ମାତ୍ର ଦନ୍ତା ନିକଟରେ ବସଟି ଓଲଟି ପଡ଼ିଥିଲା। ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଘଟିଥିବା ରାସ୍ତା ଘାଟି ଅଞ୍ଚଳର। ମାତ୍ର ବସଟି ଘାଟିକୁ ନ ପଡ଼ିବାରୁ ଯାତ୍ରୀମାନେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି। ନହେଲ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥାନ୍ତା ବୋଲି ଅଧିକାରୀମାନେ କହିଛନ୍ତି। ତେବେ ବ୍ରେକ୍ ଫେଲ୍ ହେବା କାରଣରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking