26.9 C
Bhubaneswar
Monday, October 7, 2024
Homeଓଡିଶାନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ଶାହା

ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ଶାହା

ଭୁବନେଶ୍ୱର : ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକ ଅନୁଷ୍ଠିତ ହେଉଛି । ଆଉ ଏଥିରେ ଅଧ୍ୟକ୍ଷତା କରି ଗୃହମନ୍ତ୍ରୀ ଅମିତ ଶାହା ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅମିତ ଶାହ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଥଇଥାନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି । ଏହାର ଫାଇଦା ନିଅନ୍ତୁ, ଦେଶର ବିକାଶରେ ସାମିଲ ହୁଅନ୍ତୁ ବୋଲି ଅମିତ ଶାହା ନକ୍ସଲଙ୍କ ଉଦେ୍ଧଶ୍ୟରେ କହିଛନ୍ତି । ଏହାଛଡ଼ା ଅମିତ ଶାହା କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ହେବ । ଅନେକ ସ୍ଥାନ ଏବେ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତି ପାଇଛି । ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ବୋଲି ଅମିତ ଶାହ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଅଗଷ୍ଟ ୨୪ ଓ ୨୫ ତାରିଖରେ ଛତିଶଗଡ଼ ଯାଇ ରଣନୀତି ପ୍ରସ୍ତୁତ କରିଥିଲି । ଜାନୁଆରୀରୁ ଏଯାଏ ମୋଟ ୧୯୪ ଜଣ ନକ୍ସଲଙ୍କୁ ନିପାତ କରାଗଲାଣି । ଏହାଛଡ଼ା ୮୦୧ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିବାବେଳେ ୭୪୨ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି ଅମିତ ଶାହା କହିଛନ୍ତି । ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ପହଞ୍ଚିଛି । ୧୬ ଜିଲ୍ଲାର ୧୨୦ ଥାନା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ରହିଯାଇଛି । ନକ୍ସଲ ଆଦିବାସୀ ଅଞ୍ଚଳରେ ବିକାଶର ମୁଖ୍ୟ ବାଧକ ସାଜୁଛନ୍ତି । ସବୁଠାରୁ ଅଧିକ ମାନବାଧିକାର ହନନ ନକ୍ସଲଙ୍କ ଦ୍ୱାରା ହିଁ ହେଉଛି । ଏବେ ଫାଇନାଲ ପୁସ ଦେଇ ଏହାକୁ ଶେଷ କରିବାକୁ ପଡ଼ିବ ବୋଲି ଅମିତ ଶାହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking