26.1 C
Bhubaneswar
Sunday, October 6, 2024
Homeଅପରାଧ୧୬ ବର୍ଷ ଧରି ଶାଶୂଘରେ ବନ୍ଦୀ ଥିଲେ ମହିଳା, ଉଦ୍ଧାର କଲା ପୋଲିସ

୧୬ ବର୍ଷ ଧରି ଶାଶୂଘରେ ବନ୍ଦୀ ଥିଲେ ମହିଳା, ଉଦ୍ଧାର କଲା ପୋଲିସ

ପାଟନା: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଜାହାଙ୍ଗୀରବାଦ୍ ଅଞ୍ଚଳରୁ ଆସିଛି ଏଭଳି ସଂଗୀନ ମାମଲା । ଏହି ଅଂଚଳରୁ ପୋଲିସ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି । ଜାହାଙ୍ଗୀରବାଦର ଶାଶୂ ଘରେ ୧୬ ବର୍ଷ ଧରି ବନ୍ଦୀ ଥିଲେ ପୀଡିତା ମହିଳା । ଗୁରୁତର ଅବସ୍ଥାରେ ତାଙ୍କୁ ଶାଶୂଘରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ମହିଳାଙ୍କ ଶାଶୂଘର ଲୋକେ ତାଙ୍କ ସହ ଏପରି କାହିଁକି କରିଥିଲେ ତାହା ପ୍ରକାଶ କରାଯାଇ ନାହିଁ, କିନ୍ତୁ ତାଙ୍କ ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିଲା । ପୀଡିତାଙ୍କ ନାଁ ହେଉଛି ରାନୁ ସାହୁ । ସେ ନରସିଂହପୁରର ବାସିନ୍ଦା ।

ଖବର ଅନୁଯାୟୀ, ୨୦୦୬ରେ ରାନୁ ବିବାହ କରିଥିଲେ । ବିବାହ ପରେ ସବୁ କିଛି ଠିକ ଥିଲା କିନ୍ତୁ ୨୦୦୮ ମସିହା ପରଠାରୁ ଶାଶୂଘର ଲୋକେ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦେବା ଆରମ୍ଭ କରିଥିଲେ । ଏପରିକି ତାଙ୍କୁ ତାଙ୍କ ବାପଘର ଲୋକଙ୍କ ସହ ଦେଖା କରାଇବାକୁ ଦେଇନଥିଲେ ରାନୁଙ୍କ ଶାଶୂଘର ଲୋକେ । କିନ୍ତୁ ଯେତେବେଳେ ରାନୁଙ୍କ ବାପା କିଶନ ଲାଲ ସାହୁ ପଡୋଶୀମାନଙ୍କ ଠାରୁ ତାଙ୍କ ଝିଅର ଅବସ୍ଥା ଖରାପ ହେବା ସମ୍ପର୍କରେ ଜାଣିବାକୁ ପାଇଲେ ସଂଗେ ସଂଗେ ଜାହାଙ୍ଗୀରବାଦ ପୋଲିସ ଏବଂ ମହିଳା ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ । ନିର୍ଯାତନା ଅଭିଯୋଗ ପାଇବା ପରେ ମହିଳା ପୋଲିସ ଷ୍ଟେସନର ଟିମ୍ ଜାହାଙ୍ଗୀରବାଦ୍ ଅଞ୍ଚଳର କୋଲି ଅଞ୍ଚଳରେ ପହଞ୍ଚିଥିଲା । ପରେ ଘରର ତୃତୀୟ ମହଲାରୁ ରାନୁ ସାହୁଙ୍କୁ ଗୁରୁତର ଅବସ୍ଥାରେ ବିଛଣାରେ ଶୋଇଥିବାର ଦେଖିବାକୁ ପାଇଥିଲା ପୋଲିସ। ମହିଳାଙ୍କୁ ତୁରନ୍ତ ପୋଲିସ ଉଦ୍ଧାର କରିଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking